ଦିଲ୍ଲୀ ଦଙ୍ଗା ମାମଲା: ଆପ୍‌ ନେତା ତାହିର ହୁସେନ ବିରୋଧରେ ହତ୍ୟା ମାମଲା ରୁଜୁ

ନୂଆଦିଲ୍ଲୀ : ୨୦୨୦ ଦିଲ୍ଲୀ ଦଙ୍ଗା ମାମଲାରେ ଗୁରୁବାର ଦିନ ଦିଲ୍ଲୀର କଡ଼କଡ଼ଡୁମା କୋର୍ଟ ପୂର୍ବତନ ଆପ୍‌ ବିଧାୟକ ତାହିର ହୁସେନ ଏବଂ ଅନ୍ୟ ୧୦ ଜଣଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅଙ୍କିତ ଶର୍ମାଙ୍କ ହତ୍ୟା ମାମଲାରେ କୋର୍ଟ ଏହି ମାମଲା ରୁଜୁ ହୋଇଛି। ତାହିର ହୁସେନ ଏବଂ ଅନ୍ୟ ୧୦ ଜଣଙ୍କ ବିରୋଧରେ ଆଇପିସିର ଧାରା ୧୪୭, ୧୪୮, ୧୫୩ଏ, ୩୦୨, ୩୬୫, ୧୨୦ବି , ୧୮୮ ଏବଂ ୧୫୩ଏ ଅଧୀନରେ ମାମଲା ରୁଜୁ ହୋଇଛି। ପୂର୍ବତନ ଆପ୍‌ କାଉନସିଲର ତାହିର ହୁସେନଙ୍କ ବିରୋଧରେ ମଧ୍ୟ ଆଇପିସିର ଧାରା ୫୦୫, ୧୦୯ ଏବଂ ୧୧୪ ଅଧୀନରେ ମାମଲା ରୁଜୁ ହୋଇଛି।

ଉଲ୍ଲେଖଯୋଗ୍ୟ ଯେ ଫେବ୍ରୁଆରି ୨୭, ୨୦୨୦ରେ ଆଇବି ଅଧିକାରୀ ଅଙ୍କିତ ଶର୍ମାଙ୍କୁ ହତ୍ୟା କରାଯାଇଥିଲା। ତାଙ୍କ ଫୁସଫୁସ ଏବଂ ମସ୍ତିଷ୍କରେ ଗଭୀର ଆଘାତ ଲାଗିବାରୁ ତାଙ୍କର ମୃତ୍ୟୁ ହୋଇଗଲା। ଦିଲ୍ଲୀ ପୁଲିସ ଦିଲ୍ଲୀ ଦଙ୍ଗା ମାମଲାରେ ଜୁନ୍‌ ୨, ୨୦୨୦ରେ ୨ଟି ଚାର୍ଜସିଟ୍‌ ଦାଖଲ କରିଥିଲେ। ଗୋଟିଏ ଚାର୍ଜସିଟ୍‌ରେ ଆପ୍‌ କାଉନସିଲର ତାହିର ହୁସେନଙ୍କୁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଦର୍ଶାଯାଇଥିଲା।

ସମ୍ବନ୍ଧିତ ଖବର