ଦିଲ୍ଲୀ ଦଙ୍ଗା ମାମଲା: ୩ ଜେଏନ୍‌ୟୁ, ଜାମିଆ ଛାତ୍ରଙ୍କୁ ହାଇକୋର୍ଟରେ ଜାମିନ

ଦିଲ୍ଲୀ ପୁଲିସ ବେପରୁଆ ଭାବେ ଦେଶଦ୍ରୋହ ମାମଲା ଲଗାଇଥିଲା

ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗା ମାମଲାରେ ଗିରଫ ହୋଇଥିବା ୩ ଜଣ ଜେଏନ୍‌ୟୁ ଏବଂ ଜାମିଆ ଛାତ୍ରଙ୍କୁ ଦିଲ୍ଲୀ ହାଇକୋର୍ଟ ଜାମିନ ମଂଜୁର କରିଛନ୍ତି। ଅନ୍ୟପକ୍ଷରେ ଦିଲ୍ଲୀ ପୁଲିସ ଅତ୍ୟନ୍ତ ବେପରୁଆ ଭାବେ ଛାତ୍ରଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଲଗାଇଥିଲା ବୋଲି ହାଇକୋର୍ଟ କହିଛନ୍ତି। ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ଅଧୀନରେ ଗିରଫ ହୋଇ ଜେଲ୍‌ରେ ଥିବା ନତାଶା ନରୱାଲ୍‌, ଦେବଙ୍ଗନା କଲିତା ଏବଂ ଜାମିଆ ମିଲିଆ ଇସ୍‌ଲାମିଆର ଆସିଫ୍‌ ଇକବଲ୍‌ ତନ୍‌ହାଙ୍କୁ ଜାମିନ ମଂଜୁର ହୋଇଛି।

ନିମ୍ନ ଅଦାଲତ ଉକ୍ତ ୩ ଛାତ୍ରଙ୍କ ଜାମିନ ଖାରଜ କରିଥିବା‌ ବେଳେ ହାଇକୋର୍ଟ ନିମ୍ନ ଅଦାଲତଙ୍କ ର‌ାୟକୁ ଖାରଜ କରି ୩ ଛାତ୍ରଙ୍କ ଜାମିନ ମଂଜୁର କରିଛନ୍ତି। ୫୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଏହି ଜାମିନ ମଂଜୁର ହୋଇଛି। ଉକ୍ତ ୩ ଛାତ୍ର ବିଚାର ପ୍ରକ୍ରିୟାରେ କ୍ଷତି ପହଞ୍ଚାଇବାଭଳି କୌଣସି କାର୍ଯ୍ୟରେ ଲିପ୍ତ ରହିବେନି ବୋଲି କୋର୍ଟ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଗତବର୍ଷ ‌ଫେବ୍ରୁଆରି ୨୪ରେ ଉତ୍ତର ପୂର୍ବ ଦିଲ୍ଲୀରେ ହୋଇଥିବା ସାମ୍ପ୍ରଦାୟିକ ହିଂସା ଯୋଗୁଁ ୫୩ ଜଣଙ୍କ ମୃତ୍ୟୁ ହୋଇଥିଲା ।

ସମ୍ବନ୍ଧିତ ଖବର