ନୂଆଦିଲ୍ଲୀ: ଦିଲ୍ଲୀରେ ଗତ ଫେବ୍ରୁଆରିରେ ହୋଇଥିବା ସିଏଏ ବିରୋଧୀ ଦଙ୍ଗା ମାମଲାର ଅଭିଯୋଗଫର୍ଦ୍ଦ ଆଜି ଦିଲ୍ଲୀ ପୁଲିସ ଦାଖଲ କରିଛି। ବେଆଇନ କାର୍ଯ୍ୟକଳାପ (ନିରୋଧ) ଆଇନ, ଅସ୍ତ୍ରଶସ୍ତ୍ର ଆଇନ ଏବଂ ଆଇପିସିର ବିଭିନ୍ନ ଧାରାରେ ୧୭୫୦୦ରୁ ଅଧିକ ପୃଷ୍ଠାର ଏହି ଅଭିଯୋଗଫର୍ଦ୍ଦ କରକରଡୁମା କୋର୍ଟରେ ଦାଖଲ ହୋଇଛି। ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ୨୧ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଏମାନଙ୍କ ମଧ୍ୟରୁ ୧୫ ଜଣଙ୍କ ନାଁ ଅଭିଯୋଗଫର୍ଦ୍ଦରେ ରହିଛି। ୬ ଜଣଙ୍କୁ ବାଦ୍ ଦିଆଯାଇଛି। ଅଭିଯୋଗଫର୍ଦ୍ଦରେ ଆପ୍ର ପୂର୍ବତନ କାଉନସିଲର ତାହିର ହୁସେନଙ୍କ ସମେତ ନତାଶା ନରୱାଲ, ଦେବାଙ୍ଗନା କଲିତା, ଆସିଫ୍ ଇକବଲ ତାହ୍ନା, ଇସ୍ରାତ ଜାହାନ, ମିରନ୍ ହାଇଦର, ସଫୁରା ଜରଗାର ଏବଂ ଖଲିଫ ସୈଫି ପ୍ରମୁଖଙ୍କ ନାମ ରହିଛି। ଏଥିରେ ଉମର ଖଲିଦ୍ ଓ ସରଜିଲ ଇମାମଙ୍କ ଭଳି ଅଭିଯୁକ୍ତଙ୍କ ନାମ ନାହିଁ। ସେହିଭଳି କପିଳ ମିଶ୍ରାଙ୍କ ଭଳି ବିଜେପି ନେତା ଦଙ୍ଗା ସମୟରେ ପୁଲିସ ନିକଟରେ ଠିଆ ହୋଇଥିବାର ଭିଡିଓ ରହିଥିଲେ ମଧ୍ୟ ତାଙ୍କ ନାମ ଏଥିରେ ନାହିଁ।
ଦିଲ୍ଲୀ ଦଙ୍ଗା ମାମଲା: ୧୭,୫୦୦ ପୃଷ୍ଠାର ଅଭିଯୋଗଫର୍ଦ୍ଦ ଦାଖଲ
/sambad/media/post_attachments/wp-content/uploads/2019/12/up-riots1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)