ଦିଲ୍ଲୀ ଦଙ୍ଗା ମୃତ୍ୟୁସଂଖ୍ୟା ୫୩କୁ ବୃଦ୍ଧି, ୬୫୪ଟି ମାମଲା ରୁଜ୍ଜୁ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗାରେ ମୃତ୍ୟୁସଂଖ୍ୟା ୫୩କୁ ବୃଦ୍ଧି ପାଇଛି । ଏହାମଧ୍ୟରୁ ଗୁରୁ ତେଗବାହାଦୂର ହସପିଟାଲରେ ୪୪ ଜଣ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ଏହାଛଡ଼ା ରାମ ମନୋହର ଲୋହିଆ ହସପିଟାଲରେ ୫, ଲୋକ ନାୟକ ହସପିଟାଲରେ ୩ ଓ ଜଗ ପ୍ରଭେସ ଚନ୍ଦ୍ର ହସପିଟାଲରେ ଜଣେ ଲୋକ ମୃତ୍ୟୁବରଣ କରିଛି । ଏହି ହିଂସା ମାମଲାରେ ପୁଲିସ ପ୍ରାୟ ୬୫୪କୁ ବୃଦ୍ଧି ପାଇଛି । ମୃତ ଅଚିହ୍ନା ଲୋକଙ୍କ ଫଟୋ ଚିତ୍ର ଓ ସୂଚନା ନିଜ େଓ୍ଵବସାଇଟରେ ଅପଲୋଡ କରିବାକୁ ଗୁରୁବାରଦିନ ଦିଲ୍ଲୀ ହାଇକୋର୍ଟ ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପକ୍ଷରେ ଦିଲ୍ଲୀ ଦଙ୍ଗା ଓ ଗୁଇନ୍ଦା ବ୍ୟୁରୋ ଅଧିକାରୀ ଅଙ୍କିତ୍‌ ଶର୍ମାଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଥିବା ତାହିର ହୁସେନକୁ ଆଜି ଦିଲ୍ଲୀ ପୁଲିସ ଗିରଫ କରିଛି । ଏହା ପୂର୍ବରୁ ଦିଲ୍ଲୀର ଏକ କୋର୍ଟରେ ସେ ଆତ୍ମସମର୍ପଣ କରିବାକୁ ଆବେଦନ କରିଥିଲେ ମଧ୍ୟ କୋର୍ଟ ତାହାକୁ ଖାରଜ କରିଦେଇଥିଲେ । ଗତ ୨୭ ତାରିଖରେ ଦିଲ୍ଲୀର ଦୟାଲ ପୁଲିସ ଷ୍ଟେସନରେ ପୁଲିସ ତାହିର ବିରୁଦ୍ଧରେ ଏଫଆଇଆର ରୁଜ୍ଜୁ କରିଥିଲା । ତା ବିରୁଦ୍ଧରେ ଧାରା ଆଇପିସିର ୩୦୨ (ହତ୍ୟା ),୩୬୫ (ବଳପୂର୍ବକ ଅପହରଣ) ମାମଲା ଲଗାଯାଇଥିଲା । ଏଫଆଇଆର ରୁଜ୍ଜୁ ହେବା ପରେ ଆପରୁ ମଧ୍ୟ ତାକୁ ନିଳମ୍ବିତ କରାଯାଇଥିଲା । ସେହିପରି ତାହିର ହୁସେନର ଭାଇ ଶାହ ଆଲମ ମଧ୍ୟ ଏହି ହିଂସାରେ ସଂପୃକ୍ତ ଥିବା ଜଣାପଡ଼ିଛି । ସେ ଏବେ ଫେରାର ଅଛି ।

ସମ୍ବନ୍ଧିତ ଖବର