ଦିଲ୍ଲୀ ଭାରତର ଦୁଷ୍କର୍ମ ରାଜଧାନୀ!

ନୂଆଦିଲ୍ଲୀ: ଏନ୍‌ସିଆର୍‌୍‌ବି ତଥ୍ୟ ଅନୁଯାୟୀ ଦେଶର ପ୍ରମୁଖ ୧୯ଟି ସହର ମଧ୍ୟରେ ସବୁଠାରୁ ଅଧିକ ଦୁଷ୍କର୍ମ ମାମଲା ଦିଲ୍ଲୀରେ ହୋଇଛି। ଜାତୀୟ ରାଜଧାନୀ ଦିଲ୍ଲୀ ଦୁଷ୍କର୍ମ, ହତ୍ୟା, ଅପହରଣ ଏବଂ ବାଳ ଅପରାଧ କ୍ଷେତ୍ରରେ ଅନ୍ୟ ସବୁ ସହର ଅପେକ୍ଷା ଆଗରେ ରହିଛି। ଏଭଳି ସ୍ଥିତି ଯୋଗୁଁ ରାଜଧାନୀ ଏବେ ଅପରାଧୀଙ୍କ ସହର ଭାବେ ପରିଗଣିତ ହୋଇଛି । ୧୯ଟି ସହରରେ ମହିଳାଙ୍କ କ୍ଷେତ୍ରରେ ହୋଇଥିବା ୪୧ ହଜାର ୭୬୧ ଅପରାଧ ମାମଲାରୁ ଦିଲ୍ଲାରେ ୧୩ ହଜାର ୮୦୩ଟି ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ୧୯ଟି ପ୍ରମୁଖ ସହରରେ ଘଟିଥିବା ମୋଟ ଦୁଷ୍କର୍ମ ମାମଲାର ୪୦ ପ୍ରତିଶତ କେବଳ ଦିଲ୍ଲୀରେ ଘଟିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର