ନୂଆଦିଲ୍ଲୀ: ଦିଲ୍ଲୀରେ ଶନିବାର ସନ୍ଧ୍ୟାରେ ଏକ କୋଚିଂ ସେଣ୍ଟର ଛାତ ହଠାତ ଭୁଶୁଡ଼ି ପଡ଼ିଛି। ଏହି ଘଟଣାରେ ପାଖାପାଖି ୧୦ରୁ ଊର୍ଧ୍ୱ ଛାତ୍ରଛାତ୍ରୀ ଆହତ ହୋଇଥିବା ବେଳେ ଘଟଣାସ୍ଥଳରେ ୫ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।

Advertisment

ସୂଚନାଯୋଗ୍ୟ, ନୂଆଦିଲ୍ଲୀର ଗୋକଲପୁର ଭଜନପୁରା ଅଞ୍ଚଳରେ ଏକ କୋଚିଂ ସେଣ୍ଟର ରହିଛି। ପ୍ରତିଦିନ ଭଳି ଏହି କୋଚିଂ ସେଣ୍ଟରକୁ ଆଜି ବି ପିଲାମାନେ ପାଠପଢ଼ିବା ପାଇଁ ଆସିଥିଲେ। ତେବେ ପିଲାମାନେ କୋଚିଂ ସେଣ୍ଟର ଭିତରେ ବସି ପାଠପଢ଼ୁଥିବା ବେଳେ ହଠାତ ଛାତ ଭୁଶୁଡ଼ି ପଡ଼ିଥିଲା। ଛାତ ଭୁଶୁଡ଼ି ପଡ଼ିବା ଫଳରେ ଏଥିରେ ପାଖାପାଖି ୧୦ରୁ ଊର୍ଧ୍ୱଜଣ ଛାତ୍ରଛାତ୍ରୀ ଆହତ ହୋଇଥିବା ବେଳେ ୫ଜଣଙ୍କ ଏଥିରେ ମୃତ୍ୟୁ ଘଟିଥିବା କୁହାଯାଉଛି।

publive-image

ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟଲୋକ, ଅଭିଭାବକ, ଉଦ୍ଧାରକାରୀ ଦଳ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ହସ୍‌ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତେବେ କୋଚିଂ ସେଣ୍ଟର ଛାତ ହଠାତ କାହିଁକି ଭୁଶୁଡ଼ି ପଡ଼ିଲା ସେଥିପାଇଁ ପୁଲିସ ଘଟଣାର ଯାଞ୍ଚ ଆରମ୍ଭ କରିଛି। ପାଠପଢ଼ିବାକୁ ଆସିଥିବା ପିଲାଙ୍କ ହଠାତ ମୃତ୍ୟୁ ଖବର ଶୁଣି ଅଭିଭାବକ ମହଲରେ ଶୋକରଛାୟା ଖେଳି ଯାଇଛି।