ନୂଆଦିଲ୍ଲୀ: କାମର ଚାପ ଆଗରେ ହାରିଗଲି। ଏଭଳି ଲେଖି ଜୀବନ ହାରିଲେ ଦିଲ୍ଲୀର ସାକେତ କୋର୍ଟରେ କାମ କରୁଥିବା ଜଣେ କର୍ମଚାରୀ। କୋର୍ଟର କୋଠାରୁ ଡେଇଁ ସେ ଆତ୍ମହତ୍ୟା କରିଛନ୍ତି। ବ୍ୟକ୍ତିଜଣକ ସାକେତ କୋର୍ଟରେ କାମ କରୁଥିଲେ ଏବଂ ଦିବ୍ୟାଙ୍ଗ ଥିଲେ। ଘଟଣା ବିଷୟରେ ଖବର ମିଳିବା ପରେ ଏବେ ପୁଲିସ ମୃତଦେହକୁ ହେପାଜତକୁ ନେଇ ତଦନ୍ତ ଆରମ୍ଭ କରିଛି। ମୃତକଙ୍କଠାରୁ ଏକ ସୁଇସାଇଡ ନୋଟ ମଧ୍ୟ ମିଳିଛି। କୁହାଯାଉଛି ଯେ, ବ୍ୟକ୍ତି ଜଣକ କିଛି ଦିନ ହେଲାଣି ମାନସିକ ଯନ୍ତ୍ରଣାରେ ପୀଡିତ ଥିଲେ। 

Advertisment

ମୁଁ ଦିବ୍ୟାଙ୍ଗ, ଏହି ଚାକିରି ମୋ ପାଇଁ ବହୁତ କଷ୍ଟକର।

ବ୍ୟକ୍ତି ଜଣକ ସୁଇସାଇଡ ନୋଟରେ ଲେଖିଛନ୍ତି ଯେ, "ଆଜି ମୁଁ ଅଫିସ କାମର ଚାପ ଯୋଗୁଁ ଆତ୍ମହତ୍ୟା କରୁଛି। ଏଥିପାଇଁ କେହି ଦାୟୀ ନୁହଁନ୍ତି। ଯେବେଠାରୁ ମୁଁ କ୍ଲର୍କ ଭାବେ କାମ କରିବା ଆରମ୍ଭ କରିଥିଲି, ସେବେଠାରୁ ମୋ ମନରେ ଆତ୍ମହତ୍ୟା କରିବାର ଚିନ୍ତାଧାରା ଆସିଥିଲା। ଏହା ବିଷୟ‌ରେ ମୁଁ କାହାକୁ କହିନଥିଲି। ଏଭଳି ଚିନ୍ତାଧାରାକୁ ଦୂର କରିବାକୁ ମୁଁ ବହୁତ ଚେଷ୍ଟା କରିଥିଲି, କିନ୍ତୁ ବିଫଳ ହେଲି। ମୁଁ ୬୦% ଦିବ୍ୟାଙ୍ଗ ଏବଂ ଏହି ଚାକିରି କରିବା ମୋ ପାଇଁ ବହୁତ କଷ୍ଟକର। ମୁଁ ଏହି କାମର ଚାପ ଆଗରେ ହାର୍ ମାନିଗଲି।"

"ମୁଁ ଶୋଇ ପାରୁନାହିଁ ଏବଂ ବହୁତ ଭାବୁଛି।"

ସେ ଆହୁରି କହିଛନ୍ତି ଯେ, "ଯେବେଠାରୁ ମୁଁ ଜଣେ କ୍ଲର୍କ ଭାବେ କାମ ଆରମ୍ଭ କରିଛି ମୋତେ ନିଦ ହେଉ ନାହିଁ । ସବୁ କଥାକୁ ନେଇ ଅଧିକ ଭାବୁଛି। ଶୀଘ୍ର ଅବସର ନେଲେ ବି ୬୦ବର୍ଷ ବୟସରେ ମୋତେ ମୋର ସଞ୍ଚୟ କିମ୍ବା ପେନସନ ମିଳିବ। ତେଣୁ ଆତ୍ମହତ୍ୟା ହେଉଛି ଏକମାତ୍ର ବିକଳ୍ପ। ମୁଁ ହାଇକୋର୍ଟଙ୍କୁ ଅନୁରୋଧ କରୁଛି ଯେ, ଯେକୌଣସି ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପ୍ରତି ନମ୍ର ହୁଅନ୍ତୁ, ଯାହା ଦ୍ଵାରା ଭବିଷ୍ୟତରେ କେହି ମୋ ପରି କଷ୍ଟ ଭୋଗିବେ ନାହିଁ। ମୁଁ ପୁନର୍ବାର କହୁଛି ଯେ ମୋ ଆତ୍ମହତ୍ୟା ପାଇଁ କେହି ଦାୟୀ ନୁହଁନ୍ତି।"