ନୂଆଦିଲ୍ଲୀ: ନୂଆଦିଲ୍ଲୀରୁ ସାନ୍-ଫ୍ରାନ୍ସିସ୍କୋ ଅଭିମୁଖେ ଯାତ୍ରା କରୁଥିବା ଏୟାର ଇଣ୍ଡିଆର ଏକ ବିମାନର ଇଞ୍ଜିନରେ ତ୍ରୁଟି ଦେଖାଦେବାରୁ ଏହାର ଗତିପଥ ପରିବର୍ତ୍ତନ କରାଯାଇଛି। ଗତିପଥ ବଦଳାଯିବା ପରେ ବିମାନଟି ରୁଷିଆରେ ଜରୁରୀ ଅବତରଣ କରିଛି।
ତେବେ, ବିମାନଟି ରୁଷିଆର ମଗଦାନ ବିମାନ ବନ୍ଦରରେ ସୁରକ୍ଷିତ ଭାବେ ଅବତରଣ କରଛି ବୋଲି ଏୟାରଲାଇନ୍ସ କର୍ତ୍ତୃପକ୍ଷ କହିଛନ୍ତି। ସଂପୃକ୍ତ ବିମାନଟିରେ ୨୧୬ ଜଣ ଯାତ୍ରୀ ଓ ୧୬ ଜଣ କ୍ରୁ ସଦସ୍ୟ ଥିଲେ।
ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ଦିଲ୍ଲୀରୁ ସାନ୍-ଫ୍ରାନ୍ସିସ୍କୋ ଅଭିମୁଖେ ଉଡ଼ାଣ ଭରିଥିବା ଏୟାର ଇଣ୍ଡିଆ ବିମାନ ଏଆଇ୧୭୩ର ଗୋଟିଏ ଇଞ୍ଜିନରେ ବୈଷୟିକ ତ୍ରୁଟି ଦେଖାଦେଇଥିଲା। ଫଳରେ ୨୧୬ ଜଣ ଯାତ୍ରୀ ଓ ୧୬ ଜଣ ବିମାନ କର୍ମଚାରୀଙ୍କୁ ନେଇ ଉଡ଼ାଣ ଭରିଥିବା ବିମାନଟିକୁ ଡାଇଭର୍ଟ କରାଯାଇ ରୁଷିଆର ମଗାଦାନ ବିମାନବନ୍ଦରରେ ସୁରକ୍ଷିତ ଭାବେ ଅବତରଣ କରାଯାଇଥିଲା।
Air India flight AI173 operating from Delhi to San Francisco developed a technical issue with one of its engines. The flight with 216 passengers and 16 crew was diverted and landed safely at Magadan airport in Russia. The passengers are being provided with all support on ground… https://t.co/Sq6RmNzbea
— ANI (@ANI) June 6, 2023
ଯାତ୍ରୀମାନଙ୍କୁ ମଗାଦାନ ବିମାନବନ୍ଦରରେ ସମସ୍ତ ସହାୟତା ଯୋଗାଇ ଦିଆଯାଉଛି ଏବଂ ଯଥାଶୀଘ୍ର ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ବିକଳ୍ପ ବିମାନ ଯୋଗାଇ ଦିଆଯିବ। ଇଞ୍ଜିନରେ ତ୍ରୁଟିଥାଇ ଅବତରଣ କରିଥିବା ବିମାନର ଗ୍ରାଉଣ୍ଡରେ ଯାଞ୍ଚ ଚାଲିଛି ବୋଲି ଏୟାରଲାଇନ୍ସ ମୁଖପାତ୍ର କହିଛନ୍ତି।