ଫେବ୍ରୁଆରି ୫ ପରଠାରୁ ଦିଲ୍ଳୀରେ ନବମ ଓ ଏକାଦଶ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାନୁଷ୍ଠାନ ଖୋଲିବ

ନୂଆଦିଲ୍ଲୀ: ଚଳିତମାସ ୧୮ ତାରିଖରେ ୧୦ମ ଓ ଦ୍ବାଦଶ ଛାତ୍ରଛାତ୍ରୀମାନଙ୍କ ପାଇଁ ଶିକ୍ଷାନୁଷ୍ଠାନ ‌ଖୋଲିବା ପରେ ଫେବ୍ରୁଆରି ୫ ତାରିଖ ପରଠାରୁ ରାଜ୍ୟରେ ନବମ ଓ ଏକାଦଶ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାନୁଷ୍ଠାନ ଖୋଲିବ ବୋଲି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସୂଚନା ଦେଇଛନ୍ତି। ତା’ପରେ ପରେ କଲେଜ୍‌, ଡିଗ୍ରି ଓ ଡିପ୍ଲୋମା ସଂସ୍ଥାଗୁଡ଼ିକୁ ମଧ୍ୟ ଖୋଲିବାକୁ ଅନୁମତି ମିଳିବ ବୋଲି ସୂଚନା ରହିଛି।

ସ୍କୁଲ୍‌ କିମ୍ବା କଲେଜ୍‌କୁ ଆସିବା ପୂର୍ବରୁ ସମସ୍ତ ଛାତ୍ରଛାତ୍ରୀ ସେମାନଙ୍କ ବାପାମାଆଙ୍କଠାରୁ ଅନୁମତି ଆଣିବାକୁ ବାଧ୍ୟ। ଶିକ୍ଷାନୁଷ୍ଠାନଗୁଡ଼ିକରେ ସବୁ ପ୍ରକାରର କୋଭିଡ୍‌-୧୯ ପ୍ରୋଟୋକଲ୍‌କୁ ମାନିବାକୁ କୁହାଯାଇଛି।

କରୋନା ଭାଇରସ୍‌ ପାଇଁ ଦୀର୍ଘ ୧୦ ମାସର ବ୍ୟବଧାନ ପରେ ୧୦ମ ଓ ଦ୍ବାଦଶ ଛାତ୍ରଛାତ୍ରୀମାନଙ୍କ ପାଇଁ ରାଜ୍ୟରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ଖୋଲି ଦିଆଯାଇଛି। ତେବେ, କେବେ ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ହେବ ସେ ନେଇ ଦିଲ୍ଲୀ ସରକାର ଖୁବ୍ ଶୀଘ୍ର ଏକ ଚୂଡ଼ାନ୍ତ ଯୋଜନା ପ୍ରସ୍ତୁତ କରିବେ।

ଏହାପୂର୍ବରୁ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଥିଲେ ଯେ କୋଭିଡ -୧୯ ଟିକା ଉପଲବ୍ଧ ହେବା ପରେ ଦିଲ୍ଲୀର ସ୍କୁଲଗୁଡ଼ିକ ଖୋଲାଯିବ। ଛାତ୍ର ଓ ଶିକ୍ଷକଙ୍କ ସୁରକ୍ଷା ଦୃଷ୍ଟିରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର