ନୂଆଦିଲ୍ଲୀ: ସ୍ପାଇସ୍ଜେଟ୍ ପକ୍ଷରୁ ଦିଲ୍ଲୀରୁ ସିରିଡ଼ି ମଧ୍ୟରେ ମଧ୍ୟରେ ଆଜିଠାରୁ (ସୋମବାର) ଦୈନିକ ବିମାନ ସେବା ଆରମ୍ଭ ହୋଇଛି। ଏଣିକି ପ୍ରତ୍ୟେକ ଦିନ ଦିଲ୍ଲୀରୁ ସିରିଡ଼ି ଓ ପୁଣି ସିରିଡ଼ିରୁ ଦିଲ୍ଲୀ ପର୍ଯ୍ୟନ୍ତ ଯାତ୍ରୀମାନଙ୍କୁ ସ୍ପାଇସ୍ଜେଟ୍ ପକ୍ଷରୁ ବିମାନ ସେବା ଉପଲବ୍ଧ ହେବ।
/sambad/media/post_attachments/wp-content/uploads/2018/10/spicejet_.jpg)
ସ୍ପାଇସ୍ଜେଟ୍ର ଏସ୍ଜି୯୪୬ ନମ୍ବର ବିମାନ ଆଜି ମଧ୍ୟାହ୍ନ ୧୨ଟା ୫୫ ମିନିଟ ସମୟରେ ନୂଆଦିଲ୍ଲୀ ବିମାନ ବନ୍ଦରରୁ ସିରିଡ଼ି ଅଭିମୁଖେ ଯାତ୍ରା ଆରମ୍ଭ କରି ୨ଟା ୩୫ ମିନିଟ ସମୟରେ ସିରିଡ଼ି ବିମାନ ବନ୍ଦରରେ ଅବତରଣ କରିଥିଲା। ପୁଣି ଫେରନ୍ତା ବାଟରେ ଅପରାହ୍ଣ ୩ଟା ୫ମିନିଟ ସମୟରେ ସିରିଡ଼ି ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରି ୪ଟା ୫୫ ମିନିଟ ସମୟରେ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିଥିଲା। ଏଣିକି ସ୍ପାଇସ୍ଜେଟ୍ ପକ୍ଷରୁ ପ୍ରତ୍ୟେକ ଦିନ ଯାତ୍ରୀମାନଙ୍କୁ ଦିଲ୍ଲୀ- ସିରିଡ଼ି ଓ ସିରିଡ଼ି- ଦିଲ୍ଲୀ ବିମାନ ସେବା ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଛନ୍ତି ସ୍ପାଇସ୍ଜେଟ୍ର ଜନୈକ ବରିଷ୍ଠ ଅଧିକାରୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/B1.jpg)