ନୂଆଦିଲ୍ଲୀ : କରୋନା ଏବେ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଜାତୀୟ ରାଜଧାନୀ ଦିଲ୍ଲୀରେ ଅତି ବିପଜ୍ଜନକ ସ୍ଥିତି ଉପୁଜିଲାଣି। ଗତକାଲି ଦିଲ୍ଲୀରେ ୪୩୨ କୋଭିଡ୍ ରୋଗୀଙ୍କ ଶବଦାହ ହୋଇଛି। ଶ୍ମଶାନରେ ଅତି ଦାରୁଣ ଦୃଶ୍ୟ ଦେଖିବାକୁ ମିଳିଛି। ଦିନକୁ ଦିନ ମୃତ୍ୟୁସଂଖ୍ୟା ବଢ଼ୁଥିବାରୁ ଶ୍ମଶାନରେ ଆଉ ଦାହ ପାଇଁ ଜାଗା ମିଳୁନି। ଗତ ଏପ୍ରିଲ ୧୬ ତାରିଖଠାରୁ ୬ ଦିନ ମଧ୍ୟରେ ଦିଲ୍ଲୀରେ ୧,୯୪୭ କୋଭିଡ୍ ରୋଗୀଙ୍କ ଶବଦାହ ହୋଇଛି। ରବିବାର ଦିନ ୨୯୦ ରୋଗୀଙ୍କ ଶବଦାହ ହୋଇଥିବା ବେଳେ ସୋମବାର ୩୫୭, ମଙ୍ଗଳବାର ୪୧୦, ବୁଧବାର ୪୨୨ ଶବଦାହ ହୋଇଥିଲା। ମଙ୍ଗୋଲପୁରି, ଦ୍ବାରକା ଏବଂ ସୁଭାଷ ନଗର ଶ୍ମଶାନରେ ଆଉ ଶବଦାହ ପାଇଁ ଜାଗା ରହୁନି। ଦିଲ୍ଲୀରେ ଏବେ ୨୩ ଶ୍ମଶାାନ ଥିବାବେଳେ ଦୈନିକ ୬୫୫ ଶବଦାହ ହେବାଭଳି କ୍ଷମତା ରହିଛି। ତେମେ ମୃତ୍ୟୁସଂଖ୍ୟା ବଢ଼ୁଥିବାରୁ ଶ୍ମଶାନମାନଙ୍କରେ ଅଧିକ ଶବଦାହ ପାଇଁ କ୍ଷମତା ବଢ଼ିବାଭଳି ବ୍ୟବସ୍ଥା କରିବାକୁ ଯୋଜନା ହୋଇଛି।
ଦିଲ୍ଲୀ ସ୍ଥିତି ଅଣାୟତ୍ତ: ଦିନକରେ ୪୩୨ ରୋଗୀଙ୍କ ଶବଦାହ
/sambad/media/post_attachments/wp-content/uploads/2021/04/delhi-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)