ଦିଲ୍ଲୀରେ ୧୬ ସ୍କୁଲ୍‌ ଛାତ୍ରୀଙ୍କୁ ନିର୍ଯାତନା

କାର୍ଯ୍ୟାନୁଷ୍ଠାନ ପାଇଁ କେଜ୍ରିଓ୍ଵାଲ୍‌ଙ୍କ ଚେତାବନୀ

ନୂଆଦିଲ୍ଲୀ : ଦିଲ୍ଲୀର ଏକ ସ୍କୁଲ୍‌ରେ ଫି ଦେଇନଥିବାରୁ ୧୬ ଜଣ ଛାତ୍ରୀଙ୍କୁ ସ୍କୁଲ୍‌ରେ ତାଲା ପକାଇ ଅଟକ ରଖାଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗତକାଲି ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପିଲାଙ୍କୁ ବନ୍ଦୀ କରି ରଖାଯାଇଥିଲା। ପିଇବାକୁ ପାଣି ମାଗିଥିଲେ ମଧ୍ୟ ସେମାନଙ୍କ କଥାକୁ କେହି କର୍ଣ୍ଣପାତ କରିନଥିବା ପିଲାମାନଙ୍କ ବାପା ମା’ ଅଭିଯୋଗ କରିଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ ଆଜି ସ୍କୁଲ୍‌ ଗସ୍ତ କରି ପିଲାମାନଙ୍କୁ ଭେଟିଛନ୍ତି ଏବଂ ଏଭଳି ମାମଲାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର