ଦିଲ୍ଳୀ ଛାତ୍ରଙ୍କୁ ପିଟିପିଟି ହତ୍ୟା

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଜଣେ ୧୮ ବର୍ଷୀୟ ଛାତ୍ରଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଏହି ଛାତ୍ରଙ୍କ ନାମ ରାହୁଲ ରାଜପୁତ। ସେ ଦିଲ୍ଲୀ ବିଶ୍ବବିଦ୍ୟାଳୟ‌ରେ ଅଧ୍ୟୟନ କରନ୍ତି। ତାଙ୍କ ଘର ପଶ୍ଚିମ ଦିଲ୍ଲୀର ଆଦର୍ଶ ନଗରରେ। ରାହୁଲଙ୍କର ଜଣେ ଯୁବତୀଙ୍କ ସହ ସମ୍ପର୍କ ଥିଲା। ସେମାନଙ୍କ ମଧ୍ୟରେ ବନ୍ଧୁତା ଥିଲା ବୋଲି କୁହାଯାଉଛି। କିନ୍ତୁ ଯୁବତୀଙ୍କ ପରିବାର ସଦସ୍ୟ ଏହାକୁ ବିରୋଧ କରୁଥିଲେ। ସେମାନେ ଏହି କାରଣ ପାଇଁ ରାହୁଲଙ୍କୁ ପିଟିପିଟି ମାରିଦେଇଛନ୍ତି। ପ୍ରାୟ ୪-୫ ଜଣ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଯାଇଛି। ଉକ୍ତ ମାମଲାରେ ଯୁବତୀଙ୍କ ଭାଇ ସମେତ ୨ ଜଣ ଗିରଫ ହୋଇଥିବାବେଳେ ୩ ଜଣ ଫେରାର୍‌ ଅଛନ୍ତି।

ସମ୍ବନ୍ଧିତ ଖବର