ବସ୍‌ରେ କଦର୍ଯ୍ୟ କାର୍ଯ୍ୟରେ ଲିପ୍ତ ବ୍ୟକ୍ତିଙ୍କୁ ମାଡ଼ ଦେଇ ପୁଲିସରେ ଦେଲେ ଛାତ୍ରୀ

ନୂଆଦିଲ୍ଲୀ: ମଙ୍ଗଳବାର ଦିନ କାପଶେଡ଼ାରୁ ବସନ୍ତ କୁଞ୍ଜ ଯାଉଥିବା ଏକ ବସ୍‌ରେ ଜଣେ ଛାତ୍ରୀଙ୍କ ସାମ୍ନାରେ ଅଶୋଭନୀୟ କାର୍ଯ୍ୟରେ ଲିପ୍ତଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି।

ଘଟନା ଘଟିବା ବେଳେ ଛାତ୍ରୀଜଣକ ମହିଳାଙ୍କ ଲାଗି ସଂରକ୍ଷିତ ଥିବା ଆସନରେ ବସିଥିଲେ। ପାଖରେ ବସିଥିବା ଲୋକଟି ନିଜ ପରିଧାନ ଖୋଲି ଆପଣାଛାଏଁ ଅଶୋଭନୀୟ କାର୍ଯ୍ୟ କରିଥିଲା।

ଏଥିରେ ଉତ୍‌କ୍ଷିପ୍ତ ହୋଇ ଛାତ୍ରୀଜଣକ ଉକ୍ତ ବ୍ୟକ୍ତିଙ୍କୁ ମାଡ଼ ଦେବା ସହ ସାହାଯ୍ୟ ପାଇ ଚିତ୍କାର କରିଥିଲେ। କିନ୍ତୁ, ଅନ୍ୟ ଯାତ୍ରୀମାନେ ନିରବ ରହିଲେ।

ତେଣୁ ସେ ଏକା ଏକା ସେ ବ୍ୟକ୍ତିଙ୍କୁ ମାଡ଼ମାରି ବସ୍‌ରୁ ଟାଣି ଟାଣି ପଦାକୁ ନେଇ ଆସିଥିଲେ। ପରେ ପିସିଆର୍‌ ଡକାଇ ତାଙ୍କୁ ପୁଲିସ ଜିମାରେ ଦେଇଥିଲେ।

ଘଟନାର ତଦନ୍ତ ଚାଲିଥିବା ପୁଲିସ କହିଛି।

ଏ ବର୍ଷ ଦିଲ୍ଲୀରେ ଏପରି ଘଟନାଟି ପ୍ରଥମ ନୁହେଁ। ଫେବ୍ରୁଆରି ମାସରେ, ଜଣେ ମଧ୍ୟ ବୟସ୍କ ବ୍ୟକ୍ତି ଜଣେ ୨୦ ବର୍ଷୀୟ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ଆଡ଼କୁ ଚାହିଁ ଏ ଭଳି କାଣ୍ଡ କରିଥିଲେ। ସେ ଛାତ୍ରୀ ଏହାର ଭିଡିଓ ଉତ୍ତୋଳନ କରି ଏଫ୍‌ଆଇଆର୍‌ ଦେଇଥିଲେ। ଏପ୍ରିଲ୍‌ ମାସରେ ଜଣେ ଉବେର୍‌ ଯାତ୍ରୀ ମଧ୍ୟ ଡ୍ରାଇଭର୍‌ ଏଭଳି ଅପକର୍ମ କରିଥିବା ଦେଖିଥିଲେ।

ସମ୍ବନ୍ଧିତ ଖବର