ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଦିଲ୍ଲୀର ବୁରାରି ଗଣ ଆତ୍ମହତ୍ୟା ଘଟଣାରେ ୧୦ ଜଣଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ରିପୋର୍ଟରୁ ଜଣାଯାଇଛି ଯେ ଏହି ୧୦ ଜଣଙ୍କଠାରେ କୌଣସି ଶାରୀରିକ ଆଘାତର ଚିହ୍ନବର୍ଣ୍ଣ ନାହିଁ। ସେମାନେ ଫାଶୀ ଲଗାଇ ହିଁ ପ୍ରାଣ ହରାଇଛନ୍ତି। ଅନ୍ୟପକ୍ଷରେ ୭୭ ବର୍ଷୀୟା ନାରାୟଣ ଦେବୀଙ୍କ ମୃତ୍ୟୁକୁ ନେଇ କୌଣସି ସ୍ପଷ୍ଟ ରିପୋର୍ଟ ମିଳିପାରି ନାହିଁ। ଡାକ୍ତରଙ୍କ ପକ୍ଷରୁ ବି କୌଣସି ସତ୍ୟାସତ୍ୟ ତଥ୍ୟ ହସ୍ତଗତ ହୋଇପାରି ନାହିଁ। ତେଣୁ ଏହା ଉପରେ ଏବେ ତଦନ୍ତକାରୀ ପୁଲିସ ଅଧିକାରୀଙ୍କ ନଜର ରହିବ। ଏହା ଉପରେ ଅଧିକ ତଦନ୍ତ ହେବ ବୋଲି କୁହାଯାଉଛି। ଭାଟିଆ ପରିବାରର ୧୦ ଜଣ ସଦସ୍ୟଙ୍କ ଶବ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା ବେଳେ ନାରାୟଣ ଦେବୀଙ୍କ ଶବ ଘରର ଚଟାଣ ଉପରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଜୁଲାଇ ୧ରେ ଏହି ଘଟଣା ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲା। ଘରର ସାନ ପୁଅ ୪୫ ବର୍ଷୀୟ ଲଳିତ କୌଣସି ତାନ୍ତ୍ରିକଙ୍କ ପ୍ରରୋଚନାରେ ପଡ଼ି ସମସ୍ତଙ୍କ ପାଇଁ ମୃତ୍ୟୁର ଫାନ୍ଦ ତିଆରି କରିଥିଲେ। ସମସ୍ତଙ୍କୁ ମୋକ୍ଷ ପାଇବାକୁ ହେଲେ ଏଭଳି ରାସ୍ତା ଆପଣାଇବାକୁ ହେବ ବୋଲି ସେ ଦର୍ଶାଇଥିଲା। ତେବେ ଏହି ଘଟଣା ଏବେ ବି ରହସ୍ୟଘେରରେ ରହିଛି। କାରଣ ଭାଟିଆ ପରିବାରର କୌଣସି ସଦସ୍ୟ ତାନ୍ତ୍ରିକ କିମ୍ବା ବାବାଙ୍କୁ ବିଶ୍ୱାସ କରନ୍ତି ନାହିଁ ବୋଲି ଘରର ଅନ୍ୟ ସଦସ୍ୟମାନେ ଦାବି କରୁଛନ୍ତି। ତା’ଛଡ଼ା ଘର ମଧ୍ୟରେ ବିବାହର ମାହୋଲ ଥିବା ବେଳେ ସମସ୍ତେ ବେଶ୍ ଖୁସି ଥିଲେ। ତେଣୁ କ’ଣ ପାଇଁ ସାମୂହିକ ଆତ୍ମହତ୍ୟା କରିବେ ବୋଲି ସେମାନେ ଯୁକ୍ତି ବାଢ଼ିଥିଲେ। କିନ୍ତୁ ଘଟଣାର ପାରିପାର୍ଶ୍ୱିକ ସ୍ଥିତିରୁ ଏହା ଏକ ସୁଚିନ୍ତିତ ଗଣ ଆତ୍ମହତ୍ୟା ବୋଲି ପୁଲିସ କହିଥିଲା। ତେବେ ଆଜି ପୋଷ୍ଟମର୍ଟମ୍ ରିପୋର୍ଟ ଘଟଣାକୁ ଏକପ୍ରକାର ସ୍ପଷ୍ଟ କରିଦେଇଛି।
ଦିଲ୍ଲୀ ଗଣ ଆତ୍ମହତ୍ୟା: ଆସିଲା ୧୦ ଜଣଙ୍କ ବ୍ୟବଚ୍ଛେଦ ରିପୋର୍ଟ
ଫାଶୀରେ ହିଁ ମୃତ୍ୟୁ ହୋଇଛି, ଖୋଲୁନି ବୃଦ୍ଧାଙ୍କ ମୃତ୍ୟୁ ରହସ୍ୟ
/sambad/media/post_attachments/wp-content/uploads/2018/07/suicide-in-hanging.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)