ତିହାର ଜେଲରେ ବନ୍ଦୀ ଥିବା ଗ୍ୟାଙ୍ଗଷ୍ଟରର ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ତିହାର ଜେଲରେ ବନ୍ଦୀ ଥିବା ଗ୍ୟାଙ୍ଗଷ୍ଟର ଗୁର୍ଜରର ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ ହୋଇଛି। ତିହାର ଜେଲର ତିନି ନମ୍ବରରୁ ଅଙ୍କିତ ଗୁର୍ଜରକୁ ମୃତ୍ୟୁ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହାପରେ ଜିଲ୍ଲା ପ୍ରଶାସନ ଏହି ଘଟଣାର ଯାଞ୍ଚ କରିଛନ୍ତି।

ଗ୍ୟାଙ୍ଗଷ୍ଟର ଅଙ୍କିତ ଗୁର୍ଜର ମୃତଦେହକୁ ଉଦ୍ଧାର କରି ଦିଲ୍ଲୀ ଦିନଦୟାଲ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ କାରଣ ଓ ସମୟ ଜଣାପଡ଼ିବ।

ଅଙ୍କିତ ଗୁର୍ଜରର ପରିବାରଲୋକ ଅଭିଯୋଗ ଆଣିଛନ୍ତି କି, ତାଙ୍କ ପୁଅକୁ ହତ୍ୟା କରାଯାଇଛି। ଏଯାବତ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ସୂଚନା ‌ଦିଆଯାଇନାହିଁ।
ଅଙ୍କିତ ଗୁର୍ଜର ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇଛି। ଅଙ୍କିତଙ୍କୁ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ ଗିରଫ କରିଛି।

ପ୍ରକାଶିତ ରିପୋର୍ଟ ମୁତାବକ, ଅଙ୍କିତ ଗୁର୍ଜର ଦିଲ୍ଲୀ ଓ ପଶ୍ଚିମ ଉତ୍ତରପ୍ରଦେଶରେ ଅନେକ ଅପରାଧିକ ଘଟଣାରେ ସାମିଲ ରହିଛି। ଅଙ୍କିତ ନାମରେ ଏକଲକ୍ଷ ଟଙ୍କା ଘୋଷଣା କରାଯାଇଥିଲା। ନିକଟରେ ଅଙ୍କିତ ଗୁର୍ଜର ଅନ୍ୟ ଜଣେ ଗ୍ୟାଙ୍ଗଷ୍ଟର ରୋହିତ ଚୌଧୁରୀ ସହିତ ମିଶିଥିଲା। ଯାହାପରେ ଗୁର୍ଜର ଓ ଚୌଧୁରୀ ଗ୍ୟାଙ୍ଗ ଗଠନ କରିଥିଲେ। ଏହାର କିଛିଦିନ ପରେ ଅଙ୍କିତ ଗୁର୍ଜରକୁ ସାଉଥ ପୁଲିସ ସ୍ପେଶାଲ ସେଲ ଗିରଫ କରିଥିଲା। ଆଜି (ବୁଧବାର) ତିହାର ଜେଲରେ ଅଙ୍କିତର ମୃତଦେହ ସନ୍ଦିଗ୍ଧ ଅବସ୍ଥାରେ ଉଦ୍ଧାର କରିଛି ପୁଲିସ।

 

ସମ୍ବନ୍ଧିତ ଖବର