ସିବିଏସଇରୁ ଓହରି ନିଜସ୍ୱ ଶିକ୍ଷା ବୋର୍ଡ ଗଠନ କରିବ ଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ଅନ୍ୟ ରାଜ୍ୟ ପରି ଦିଲ୍ଲୀ ମଧ୍ୟ ନିଜସ୍ୱ ବିଦ୍ୟାଳୟ ଶିକ୍ଷା ବୋର୍ଡ ଗଠନ କରିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଘୋଷଣା କରିଛନ୍ତି। ଆଜିର କ୍ୟାବିନେଟ ବୈଠକରେ ଦିଲ୍ଲୀ ସ୍କୁଲ ଶିକ୍ଷା ବୋର୍ଡ ଗଠନକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। ରାଜଧାନୀରେ ୧୦୦୦ସରକାରୀ ବିଦ୍ୟାଳୟ ଏବଂ ୧୭୦୦ ଘରୋଇ ବିଦ୍ୟାଳୟ ରହିଛି। ସମସ୍ତ ସରକାରୀ ବିଦ୍ୟାଳୟ ଏବଂ ଅଧିକାଂଶ ବେସରକାରୀ ବିଦ୍ୟାଳୟ ସିବିଏସ୍ଇ ସହ ଜଡ଼ିତ। ଆସନ୍ତା ଶିକ୍ଷାବର୍ଷରେ ୨୦ରୁ ୨୫ଟି ସରକାରୀ ବିଦ୍ୟାଳୟ ନୂତନ ରାଜ୍ୟ ଶିକ୍ଷା ବୋର୍ଡର ଏକ ଅଂଶ ହେବ ଏବଂ ସେମାନଙ୍କୁ ସିବିଏସ୍ଇ ଅନୁବନ୍ଧନରୁ ହଟାଇଦିଆଯିବ। ବିଦ୍ୟାଳୟଗୁଡ଼ିକୁ ରାଜ୍ୟ ଶିକ୍ଷା ବୋର୍ଡ ଅଧୀନକୁ ଅଣାଯିବା ପୂର୍ବରୁ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷକ ଏବଂ ଅଭିଭାବକମାନଙ୍କ ସହ ଆଲୋଚନା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Delhi to have its own school education board: CM Kejriwal | Hindustan Times
Hindustan Times

ସେ ଆହୁରି ମଧ୍ୟ କହିଛନ୍ତି ଯେ, ନୂଆ ବୋର୍ଡରେ ପିଲାଙ୍କୁ ପାଠ କିଭଳି ସହଜ ଭାବେ ବୁଝାଯାଇପାରିବ, ତାହା ଉପରେ ଧ୍ୟାନ ଦିଆଯିବ। ବର୍ଷସାରା ଛାତ୍ରଛାତ୍ରୀଙ୍କ ମୂଲ୍ୟାଙ୍କନ କରାଯିବ ଏବଂ ଶିକ୍ଷା ବ୍ୟବସ୍ଥା ଆନ୍ତର୍ଜାତୀୟ ମାନଦଣ୍ଡ ଅନୁଯାୟୀ ହେବ। ଆମେ ଆଶା କରୁଛୁ ଚାରିରୁ ପାଞ୍ଚ ବର୍ଷ ମଧ୍ୟରେ ସମସ୍ତ ବିଦ୍ୟାଳୟ ସ୍ବେଚ୍ଛାକୃତ ଭାବରେ ଏହି ବୋର୍ଡ ସହିତ ଜଡିତ ହେବେ।

ସମ୍ବନ୍ଧିତ ଖବର