ସୁପ୍ରିମ୍‌କୋର୍ଟଙ୍କ ଗ୍ରୀନ୍‌ କ୍ରାକର୍ସ ନିର୍ଦ୍ଦେଶ ବିରୋଧରେ ବେପାରୀଙ୍କ ବିକ୍ଷୋଭ; ପରିବା ଭିତରେ ବାଣ ପୂରାଇ କଲେ ବେପାର

ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣ ରୋକିବା ପାଇଁ ନିକଟରେ ସୁପ୍ରିମ୍‌କୋର୍ଟ ଗ୍ରୀନ୍‌ କ୍ରାକର୍‌ ବା ସବୁଜ ବାଣ ମାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରମ୍‌କୋର୍ଟଙ୍କ ନିର୍ଦ୍ଦେଶକୁ ନେଇ ଅତ୍ୟନ୍ତ ଚତୁରତାର ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଦିଲ୍ଲୀର ବେପାରୀମାନେ। ଯେଉଁ ଭଳି ଭାବେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ତାହା ଜାଣିଲେ ଆପଣ ଚକିତ ହୋଇଯିବେ। ସେମାନେ ସବୁଜ ପରିବା ଭିତରେ ବାରୁଦ ଓ ବାଣ ପୂରାଇ ବେପାର ଚଳାଇଛନ୍ତି।

ସୁପ୍ରିମ୍‌କୋର୍ଟଙ୍କ ଏହି ନିର୍ଦ୍ଦେଶ ବାଣ ବେପାରୀଙ୍କ ବ୍ୟବସାୟ ଉପରେ ପ୍ରଭାବ ପକାଇବାର ଆଶଙ୍କା ନିଶ୍ଚୟ ଦେଖା ଦେଇଥିଲା। ସର୍ଦାର ବଜାରର ବାଣ ବେପାରୀମାନେ ପରିବା ଭିତରେ ବାଣ ଓ ବାରୁଦ ପୂରାଇ ବିକ୍ରି କରୁଥିବାର ଦୃଶ୍ୟ ଟୁଇଟ୍‌ରେ ଦେଖିବାକୁ ମିଳିଛି।

 

ଦିଲ୍ଲୀର ସର୍ଦାର ବଜାର ହେଉଛି ହୋଲ୍‌ସେଲ୍‌ ମାର୍କେଟ୍‌। ବାଣ ବିକ୍ରି ପାଇଁ ଜାତୀୟ ରାଜଧାନୀର ଏହା ଏକ ପ୍ରମୁଖ ବଜାର।

ପଚାରାଯିବାରୁ ସର୍ଦାର ବଜାର ନଜକଲ୍ୟାଣ ସଂଘର ଅଧ୍ୟକ୍ଷ କହନ୍ତି, ‘ ଗ୍ରୀନ୍‌ କ୍ରାକର୍‌ କ’ଣ ଆମେ ଜାଣିନାହୁଁ। ବଜାରରେ ସେପରି କୌଣସି ବାଣ ନାହିଁ।’

ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୨୩ ତାରିଖରେ ସୁପ୍ରିମ୍‌କୋର୍ଟ ସବୁଜ ବାଣକୁ ଛାଡ଼ିବା ପରେ ଆଉ ସବୁ ବାଣ ବିକ୍ରି ଉପରେ ପ୍ରତିବନ୍ଧ ଲଗାଇଥିଲେ।

ସମ୍ବନ୍ଧିତ ଖବର