ନୂଆଦିଲ୍ଲୀ: ଦିଲ୍ଳୀର ଜଣେ ବସ୍‌ ମାର୍ସାଲ୍‌ ଜଣେ ୪ ବର୍ଷର ଶିଶୁ କନ୍ୟାକୁ ଅପହରଣକାରୀଙ୍କଠାରୁ ବଞ୍ଚାଇଥିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଦିଲ୍ଳୀର ପରିବହନ ମନ୍ତ୍ରୀ କୈଳାସ ଗେହଲୋତ ଟ୍ବିଟ୍‌ କରି ୪ ବର୍ଷର ଶିଶୁ କନ୍ୟାକୁ ଅପହରଣକାରୀଙ୍କଠାରୁ ବଞ୍ଚାଇଥିବା ବସ୍‌ ମାର୍ସାଲ୍‌ଙ୍କୁ ପ୍ରଶଂସା କରିଛନ୍ତି। ଯୁବକଙ୍କ ପ୍ରଶଂସା କରି ମନ୍ତ୍ରୀ ଲେଖିଛନ୍ତି, ‘ବସ ମାର୍ସାଲ୍‌ ଅରୁଣ କୁମାର ବସ୍‌ ରୁଟ୍‌ ନମ୍ବର ୭୨୮ରୁ ଏକ କୁନି ଝିଅକୁ ଅପହରଣ ହେବାରୁ ବଞ୍ଚାଇଛନ୍ତି। ନାବାଳିକା କନ୍ୟାକୁ ତାଙ୍କ ବାପାମାଆଙ୍କ ଜିମାରେ ଦିଆଯାଇଛି।

Advertisment

ଜାଣିବାକୁ ମିଳିଛି ଯେ ବୁଧବାର ଦିନ ଅପହରଣକାରୀ କୁନି ଝିଅଟିକୁ ଭୁଲେଇ ଭାଲେଇ ବସ୍‌ରେ ନେଇ ଯାଉଥିବା ବେଳେ ଅରୁଣକୁ ତାଙ୍କ ଉପରେ ସନ୍ଦେହ ଆସିଥିଲା। ଶିଶୁଟି ଲଗାତର କାନ୍ଦୁଥିବା ହେତୁ ଅରୁରଙ୍କ ସନ୍ଦେହ ଆହୁରି ଦୃଢ଼ ହୋଇଥିଲା। ସେ ବସ୍‌ର କଣ୍ଡକ୍ଟରଙ୍କ ସହାୟତାରେ ଅପରହରଣକାରୀକୁ ଧରି ପୁଲିସ୍‌ ହାତରେ ଗିରଫ କରାଇଛନ୍ତି। ପରେ ଜାଣିବାକୁ ମିଳିଥିଲା ଯେ ସେହିଦନି ସକାଳୁ ହିଁ ଶିଶୁଟିର ନିଖୋଜ ରିପୋର୍ଟ ଲେଖାଯାଇ ଥିଲା।

ଅରୁଣ ଏବଂ ବସ୍‌ କଣ୍ଡକ୍ଟରଙ୍କୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ପ୍ରଶଂସା କରିଛନ୍ତି। ସେମାନଙ୍କର ବଡ଼ପଣ ଓ ସାହସିକତା ପାଇଁ ଉଭୟଙ୍କୁ ପ୍ରଶଂସା କରାଯିବ।