ନୂଆଦିଲ୍ଲୀ: ଦେଶର ଜାତୀୟ ରାଜଧାନୀ ଦିଲ୍ଲୀରେ ଜଣେ ବ୍ୟକ୍ତିଙ୍କୁ ଦିନ ଦ୍ବିପହରେ ଗୁଳି କରି ହତ୍ୟା କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣା ମଧୁ ବିହାର ଅଞ୍ଚଳରେ ଘଟିଛି। କିଛି ଅଜଣା ଲୋକ କେହି କିଛି ବୁଝିବା ପୂ୍ର୍ବରୁ ରାସ୍ତା ମଝିରେ ଛିଡ଼ା ହୋଇଥିବା ଏକ କାର ଉପରକୁ ହଠାତ ଗୁଳି ଚଳାଇଥିଲେ। ଏହି ଦୁର୍ଘଟଣାରେ କାର ଆରୋହୀଙ୍କ ମୃତ୍ୟୁ ଘଟିଛି। ଦୁର୍ବୃତ୍ତ କାର ଚାଳକଙ୍କ ଉପରକୁ ୮ ରାଉଣ୍ଡ ଗୁଳି ଚଳାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
Delhi: Unidentified assailants shot at a man in Madhu Vihar area today; the injured man was later declared dead
— ANI (@ANI) September 13, 2020
ଏହି ଗୁଳିକାଣ୍ଡ ସମ୍ପର୍କରେ ପୁଲିସ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ସହ ଅଭିଯୁକ୍ତକୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଛି। ତେବେ ଦୁର୍ବୃତ୍ତ କାହିଁକି ଏଭଳି କାଣ୍ଡ ଘଟାଇଛନ୍ତି ତାହା ରିପୋର୍ଟ ଲେଖା ହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନଥିଲା। ସବିଶେଷ ବିବରଣୀକୁ ଅପେକ୍ଷା କରାଯାଇଛି।