ହାଇଦ୍ରାବାଦ: ହାଇଦ୍ରାବାଦର ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ତଥା ତେଲେଙ୍ଗାନା ମୁଖ୍ୟ କେ ଚନ୍ଦ୍ରଶେଖର ରାଓ (କେସିଆର୍)ଙ୍କ ଝିଅ କବିତାଙ୍କ ପୂର୍ବତନ ସହଯୋଗୀ ବୁଚି ବାବୁ ଗୋରାଣ୍ଟଲାଙ୍କୁ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ବୁଧବାର ସିବିଆଇ ଦ୍ବାରା ଗିରଫ କରି କୋର୍ଟରେ ହାଜର କରାଯାଇଛି। ଅଭିଯୋଗ ଅନୁସାରେ ଗୋରାଣ୍ଟଲା କୁଆଡ଼େ ଦିଲ୍ଲୀ ଅବକାରୀ ନୀତିର ସୂତ୍ରଧର ଥିଲେ ଏବଂ ପରେ ଏହି ନୀତିକୁ ପ୍ରତ୍ୟାହାର କରିନିଆଯାଇଛି। ଉକ୍ତ ବିବାଦୀୟ ଅବକାରୀ ନୀତି ଫଳରେ ହାଇଦ୍ରାବାଦର ପାଇକାରୀ ଓ ଖୁଚୁରା ଲାଇସେନ୍ସଧାରୀ ତଥା ସେମାନଙ୍କ ମାଲିକମାନେ ଅନୈତିକ ଉପାୟରେ ଲାଭବାନ୍ ହୋଇଥିଲେ। ପୂର୍ବରୁ ଗତ ଡିସେମ୍ବର ୧୨ ତାରିଖରେ କେସିଆର୍ଙ୍କ ଝିଅ କବିତାଙ୍କୁ ଏହି ମାମଲାରେ ହାଇଦ୍ରାବାଦଠାରେ ସିବିଆଇ ଦ୍ବାରା ଜେରା କରାଯାଇଥିଲା
ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା: କେସିଆର୍ଙ୍କ ଝିଅର ପୂର୍ବତନ ସହଯୋଗୀ ଗିରଫ
/sambad/media/post_attachments/wp-content/uploads/2022/11/arrest-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)