ଦିଲ୍ଲୀ ଦଙ୍ଗା ୧୯୮୪ ଶିଖ୍‌ ବିରୋଧୀ ଦଙ୍ଗାକୁ ମନେ ପକାଇ ଦେଉଛି: ଶିବସେନା

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗାକୁ ନେଇ ଶିବସେନା କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରିଛି। ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ସମର୍ଥକ ଓ ବିରୋଧୀଙ୍କ ମଧ୍ୟରେ ଘଟିଥିବା ହିଂସାକାଣ୍ଡରେ ୨୪ ଜଣଙ୍କର ପ୍ରାଣ ଯାଇଥିବା ବେଳେ ଶତାଧିକ ଗୁରୁତର ଆହତ ହୋଇଛନ୍ତି। ଦିଲ୍ଲୀରେ ଏଭଳି ଦଙ୍ଗା ୧୯୮୪ର ଶିଖ୍‌ ବିରୋଧୀ ଦଙ୍ଗାକୁ ମନେ ପକାଇ ଦେଉଛି ବୋଲି ଶିବସେନା କହିଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସିଏଏକୁ ନେଇ ହୋଇଥିବା ଦଙ୍ଗା ରୋକିବାରେ ବିଫଳ ହୋଇଛି ବୋଲି ଶିବସେନାର ମୁଖପତ୍ର ‘ସାମ୍ନା’ର ସମ୍ପାଦକୀୟରେ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର