ଦିଲ୍ଲୀ ହିଂସା ମାମଲା: ୭୦୦ରୁ ଅଧିକ ମାମଲା, ୨୨୦୦ ଗିରଫ

ନୂଆଦିଲ୍ଲୀ: ସଂଶୋଧିତ ନାଗରିକତା ଆଇନ (ସିଏଏ) ବିରୋଧୀ ଏବଂ ସମର୍ଥକଙ୍କ ମଧ୍ୟରେ ଉତ୍ତର ପୂର୍ବ ଦିଲ୍ଲୀରେ ହୋଇଥିବା ବ୍ୟାପକ ହିଂସା ମାମଲାରେ ପୁଲିସ ଆଜି ସୁଦ୍ଧା ୭୦୦ରୁ ଅଧିକ ମାମଲା ରୁଜୁ କରିଛି ଏବଂ ୨୨୦୦ ଲୋକଙ୍କୁ ଅଟକ କିମ୍ବା ଗିରଫ କରାଯାଇଛି। ଏହି ହିଂସାରେ ୫୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଶହରୁ ଅଧିକ ଆହତ ହୋଇଛନ୍ତି। ଅସ୍ତ୍ରଶସ୍ତ୍ର ଆଇନ ଅଧୀନରେ ୪୮ଟି ମାମଲା ରୁଜୁ ହୋଇଛି। ଆଇବି ଅଫିସର ଅଙ୍କିଶ ଶର୍ମା ହତ୍ୟା ମାମଲାରେ ଆପ୍‌ ନେତା ତାହିର୍‌ ହୁସେନ୍‌ଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ଏବେ ବି ହିଂସାଗ୍ରସ୍ତ ଅଂଚଳର କେତେକ ସ୍ଥାନରେ ଉତ୍ତେଜନା ଦେଖିବାକୁ ମିଳୁଛି। ସମସ୍ତ ସମ୍ବେଦନଶୀଳ ଅଂଚଳ ଉପରେ ପୁଲିସ ଅହରହ ନଜର ରଖିଛି। ଦଙ୍ଗା ପୀଡ଼ିତ ଏବେ ବି ୭ଟି ସ୍ବତନ୍ତ୍ର ଶିବିରରେ ରହିଛନ୍ତି ଏବଂ ସେମାନଙ୍କୁ ବିଭିନ୍ନ ସରକାରୀ ସହାୟତା ଯୋଗାଇ ଦିଆଯାଉଛି।

ସମ୍ବନ୍ଧିତ ଖବର