ନୂଆଦିଲ୍ଲୀ: ଡିସେମ୍ବର ୨୦୧୯ରେ ଦକ୍ଷିଣ-ପୂର୍ବ ଦିଲ୍ଲୀରେ ହୋଇଥିବା ସିଏଏ ବିରୋଧୀ ବିକ୍ଷୋଭ ସମୟରେ ହୋଇଥିବା ହିଂସାକାଣ୍ଡରେ ସଂପୃକ୍ତ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ସେ ଗତ ୬ ବର୍ଷ ହେଲା ଫେରାର ଥିଲା । ସେ କୋର୍ଟରେ ହାଜର ନ ହେବାରୁ ଅଭିଯୁକ୍ତଙ୍କୁ ପଳାତକ ଘୋଷଣା କରାଯାଇଥିଲା । ଶାହିନବାଗରେ ରହୁଥିବା ମହମ୍ମଦ ହନିଫ (୪୨) ଏହି ମାମଲାରେ ଶର୍ଜିଲ ଇମାମ ଓ ଆସିଫ ଇକବାଲ ତନହା ସହ ସହ-ଅଭିଯୁକ୍ତ ଥିଲା। ପୁଲିସ ତା' ନିକଟରୁ ଗୋଟିଏ ପିସ୍ତଲ ଓ ୫ଟି ଗୁଳି ଜବତ କରିଛି।

Advertisment

ଦଙ୍ଗା ମାମଲାରେ ଏକ ସ୍ଥାନୀୟ ଅଦାଲତ ସରଜିଲ ଇମାମ ଏବଂ ଆସିଫ ଇକବାଲ ତନହା ବିରୋଧରେ ମାର୍ଚ୍ଚ ୭ ରେ  ଅଭିଯୋଗ ନିର୍ଦ୍ଧାରଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏବେ ସେହି ମାମଲାରେ ହନିଫ ବିରୋଧରେ ମଧ୍ୟ ଚାର୍ଜସିଟ୍ ପ୍ରସ୍ତୁତ କରାଯିବ ଏବଂ କୋର୍ଟରେ ଶୁଣାଣି ହେବ।

ପୁଲିସ ଡେପୁଟି କମିଶନର (ସ୍ପେଶାଲ ସେଲ୍) ଅମିତ କୌଶିକ କହିଛନ୍ତି, ୨୦୧୯ ଡିସେମ୍ବରରେ ହୋଇଥିବା ଦଙ୍ଗା ସମୟରେ ସେ (ହନିଫ୍) ଏବଂ ତା ଭାଇ ହାରୁନ୍ ନ୍ୟୁ ଫ୍ରେଣ୍ଡସ୍ କଲୋନି ଅଞ୍ଚଳରେ ହୋଇଥିବା ଦଙ୍ଗାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଦଙ୍ଗା ଓ ବେଆଇନ ସମାବେଶର ବ୍ୟବସ୍ଥା ସମେତ ଭାରତୀୟ ଦଣ୍ଡବିଧି ସଂହିତାର ବିଭିନ୍ନ ଧାରା ଏବଂ ଅସ୍ତ୍ରଶସ୍ତ୍ର ଆଇନ ଅନୁଯାୟୀ ରୁଜୁ ହୋଇଥିବା ଏକ ମାମଲାରେ ତାକୁ ଗିରଫ ମଧ୍ୟ କରାଯାଇଥିଲା। ଗିରଫ ପରେ ହନିଫକୁ ଜାମିନ ମିଳିଥିଲା, କିନ୍ତୁ ସେ କୋର୍ଟରେ ହାଜର ହୋଇନଥିଲା, ଯାହାଫଳରେ ତାକୁ ପଳାତକ ଘୋଷଣା କରାଯାଇଥିଲା।