ଦିଲ୍ଲୀ ହିଂସା: ଇଣ୍ଟେଲିଜେନ୍ସ ବ୍ୟୁରୋ ଅଧିକାରୀଙ୍କ ମୃତ୍ୟୁକୁ ନେଇ ଆପ୍ ନେତ‌ାଙ୍କୁ ଦାୟୀ କଲେ ପରିବାର ଲୋକେ

ନୂଆଦିଲ୍ଲୀ: ସିଏଏ ବିରୋଧୀ ଓ ସପକ୍ଷବାଦୀଙ୍କ ମଧ୍ୟରେ ଚାଲିଥିବା ସଂଘର୍ଷରେ ବୁଧବାର ସକାଳେ ଚାନ୍ଦବାଗ ଅଞ୍ଚଳରୁ ଜଣେ ଇଣ୍ଟେଲିଜେନ୍‌ସ୍‌ ବ୍ୟୁରୋ ଅଧିକାରୀ ଅଙ୍କିତ ଶର୍ମାଙ୍କ ମୃତଦେହ ମିଳିଥିଲା। ମଙ୍ଗଳବାର ରାତିରେ ଉତ୍ତ୍ୟକ୍ତ ଲୋକଙ୍କ ଟେକାପଥର ମାଡ଼ରେ ଗୁଇନ୍ଦା ଅଧିକାରୀ ଅଙ୍କିତ ଶର୍ମାଙ୍କ ମୃତ୍ୟୁ ଘଟିବା ସହ ତାଙ୍କ ଶବକୁ ନର୍ଦ୍ଦମାରେ ଫିଙ୍ଗି ଦିଆଯାଇଥିଲା ବୋଲି ପ୍ରଥମେ ଚର୍ଚ୍ଚା ହୋଇଥିଲା। କିନ୍ତୁ ଏବେ ତାଙ୍କ ପରିବାର ଲୋକେ ଭିନ୍ନ ଦାବି କରିଛନ୍ତି। ଉତ୍ତ୍ୟକ୍ତ ଲୋକଙ୍କ ଟେକାପଥର ମାଡ଼ରେ ନୁହଁ ବରଂ ସ୍ଥାନୀୟ ଆମ ଆଦମୀ ପାର୍ଟି(ଆପ୍)ନେତା ତାହିର୍ ହୁସେନ ଅଙ୍କିତ ଶର୍ମାଙ୍କ ମୃତ୍ୟୁ ପାଇଁ ଦାୟୀ ବୋଲି ପରିବାର ଲୋକେ ଦାବି କରିଛନ୍ତି।

ताहिर हुसैन ने ही कराई हत्या- आईबी कर्मी के पिता
oneindia.com

ପରିବାର ଲୋକଙ୍କ ଦାବି ଅନୁଯାୟୀ, ସ୍ଥାନୀୟ ଆପ୍ ନେତା ତାହିର୍ ହୁସେନଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କ ଗୁଣ୍ଡାମାନେ ଅଙ୍କିତଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିଲେ। କାହାର ଯେମିତି ସନ୍ଦେହ ନହେଉ, ସେଥିପାଇଁ ଦଙ୍ଗାରେ ଉତ୍ତ୍ୟକ୍ତ ଲୋକଙ୍କ ଟେକାପଥର ମାଡ଼ରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ମିଥ୍ୟା ପ୍ରଚାର କରାଯାଉଛି। ତେବେ ପରିବାର ଲୋକଙ୍କ ଏଭଳି ଆରୋପ ପରେ ଆପ୍ ନେତାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ରଖାଯାଇ ନାହିଁ। ପୁଲିସ ଏତଲା ଲେଖି ହତ୍ୟା ପଛରେ ପ୍ରକୃତରେ କାହାର ହାତ ରହିଛି, ତାହା ଖୋଜିବା ଆରମ୍ଭ କରିଛି। ସୂଚନା ମୁତାବକ, ଅଙ୍କିତ ଶର୍ମା ନାମକ ୨୬ ବର୍ଷୀୟ  ଅଧିକାରୀଜଣକ ୨୦୧୭ରେ ଚାକିରିରେ ଯୋଗ ଦେଇଥିଲେ। ଏବେ ସେ ଆଇ. ବି.ରେ ଡ୍ରାଇଭିଙ୍ଗ୍‌ ତାଲିମ ନେଉଥିଲେ।

ସମ୍ବନ୍ଧିତ ଖବର