ଦିଲ୍ଲୀ ହିଂସା: ୪୨ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା, ପ୍ରଭାବିତ ଅଞ୍ଚଳରେ ଏବେ ବି ଅଛନ୍ତି ୭,୦୦୦ ଅର୍ଦ୍ଧସୈନିକ ବଳ

ନୂଆଦିଲ୍ଲୀ: ଗତ ରବିବାରଠାରୁ ନାଗରିକତା ସଂଶୋଧନ ଆଇନକୁ ନେଇ ଉତ୍ତର-ପୂର୍ବ ଦିଲ୍ଲୀରେ ହିଂସା ଆରମ୍ଭ ହୋଇଥିଲା। ସ୍ଥିତିକୁ ସ୍ବାଭାବିକ କରିବା ଲାଗି ଘଟଣାସ୍ଥଳରେ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ, ସଶସ୍ତ୍ର ପୁଲିସ ବଳ, କେନ୍ଦ୍ରୀୟ ଔଦ୍ୟଗିକ ସୁରକ୍ଷା ବଳ ଫ୍ଲାଗ୍ ମାର୍ଚ୍ଚ କରିଥିଲେ। ଏହା ସହ ସ୍ଥିତିକୁ ଆୟତ୍ତରେ ରଖିବା ପାଇଁ ଆଇଟିବିପି, ବିଏସଏଫ୍ ଏବଂ ସିଆରପିଏଫ୍ ସମେତ ଅର୍ଦ୍ଧସୈନିକ ବଳର ୪୫ଟି କମ୍ପାନିକୁ ମୁତୟନ କରାଯାଇଥିଲା। ତେବେ ମଙ୍ଗଳବାର ଦିଲ୍ଲୀରେ ଆରମ୍ଭ ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତି  ଗତକାଲିଠାରୁ ଧିରେ ଧିରେ ଶାନ୍ତ ହୋଇଯାଇଥିଲେ ମଧ୍ୟ ବିଭିନ୍ନ ନାଳନର୍ଦ୍ଦମାରୁ ମୃତଦେହ ମିଳିବାରେ ଲାଗିଛି। ଗତକାଲି ମୃତ୍ୟୁସଂଖ୍ୟା ୩୪ଥିବା ବେଳେ ଆଜି ତାହା ୪୨ରେ ପହଞ୍ଚିଛି।

Image result for Delhi Violence
DNA India

ପୁଣି ଥରେ ହିଂସା ଯେମିତି ଆରମ୍ଭ ନହେଉ ସେନେଇ ୭,୦୦୦ଅର୍ଦ୍ଧସୈନିକ ବଳ ଏବେ ମଧ୍ୟ ହିଂସା ହୋଇଥିବା ଅଞ୍ଚଳରେ ରହି ଲୋକଙ୍କ ଉପରେ ନଜର ରଖିଛନ୍ତି। ଏହା ସହ ଦିଲ୍ଲୀ ପୁଲିସ ଘଟଣାସ୍ଥଳକୁ ଯାଇ ଶାନ୍ତି ଫେରାଇ ଆଣିବାର ଚେଷ୍ଟା ଚଳାଇଥିବା ଜଣାପଡ଼ିଛି। ଅନ୍ୟ ପକ୍ଷରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ‌ସୋନିଆ ଗାନ୍ଧୀ ଏକ ୫ଜଣିଆ ଟିମ୍ ଗଠନ କରି ପୂର୍ବ ଦିଲ୍ଲୀରେ ହିଂସା ହୋଇଥିବା ସ୍ଥାନକୁ ପ୍ରତିନିଧି ମଣ୍ଡଳୀ ପଠାଇଛନ୍ତି। ସେମା‌ନେ ପ୍ରଭାବିତ ଅଞ୍ଚଳ ବୁଲି ହୋଇଥିବା କ୍ଷତିର ବିସ୍ତୃତ ରିପୋର୍ଟ ଆଣି ସୋନିଆ ଗାନ୍ଧିଙ୍କୁ ଦେବେ ବୋଲି ଜଣା ପଡ଼ିଛି।

ସମ୍ବନ୍ଧିତ ଖବର