ଦିଲ୍ଲୀ ଦଙ୍ଗା: ଆପ୍‌ ନେତାଙ୍କ ଛାତ ଉପରୁ ଜବତ ହେଲା ‘ପେଟ୍ରୋଲ ବୋମା’, ଏସିଡ୍‌ ପ୍ୟାକେଟ ଓ ଭଙ୍ଗା ଇଟାର ବସ୍ତା

ନୂଆଦିଲ୍ଲୀ: ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ ସପକ୍ଷବାଦୀ ଓ ବିରୋଧୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ହିଂସାରେ ପ୍ରାଣ ହରାଇଥିବା ଗୁଇନ୍ଦା ବ୍ୟୁରୋ ଅଧିକାରୀ ଅଙ୍କିତ୍‌ ଶର୍ମାଙ୍କୁ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ମୁନ୍ୟୁସିପାଲିଟି କାଉନସିଲର ମହମ୍ମଦ ତାହିରଙ୍କ ଗୁଣ୍ଡାମାନେ ହତ୍ୟା କରିଛନ୍ତି ବୋଲି ମୃତ ଅଙ୍କିତ ଶର୍ମାଙ୍କ ପରିବାର ବର୍ଗ ଅଭିଯୋଗ କରିଛନ୍ତି। ସେହିପରି ଗୁଇନ୍ଦା ବ୍ୟୁରୋ ଅଧିକାରୀ ଅଙ୍କିତ୍‌ ଶର୍ମାଙ୍କ ହତ୍ୟା ଘଟଣା ପଛରେ ଆପ୍‌ ନେତା ମହମ୍ମଦ ତାହିରଙ୍କ ହାତ ରହିଥିବା ବିଜେପି ନେତା କପିଲ ମିଶ୍ର ଅଭିଯୋଗ କରିଛନ୍ତି।

Times Now

ଏ ସମସ୍ତ ଆରୋପ ଓ ଅଭିଯୋଗ ପରିପ୍ରେକ୍ଷୀରେ ଆପ୍‌ ନେତା ମହମ୍ମଦ ତାହିର ଏବେ ବିବାଦରେ ଛନ୍ଦି ହୋଇ ପଡ଼ିଥିବା ବେଳେ ଦିଲ୍ଲୀ ପୁଲିସ୍‌ ଆଜି ସକାଳେ ତାଙ୍କ ଘର ଉପରେ ଅଚାନକ ଚଢ଼ାଉ କରିଥିଲା। ଏହି ଚଢ଼ାଉ କାଳରେ ପୁଲିସ୍‌ ତାଙ୍କ ଘରର ଛାତ ଉପରୁ ଏକାଧିକ କ୍ୟାରେଟ ମଧ୍ୟରେ ଭର୍ତ୍ତି ହୋଇ ରହିଥିବା ପେଟ୍ରାଲ ବୋମା, ଏସିଡ୍‌ ପ୍ୟାକେଟ ସମେତ ବସ୍ତାରେ ଭର୍ତ୍ତି ହୋଇ ରହିଥିବା ଭଙ୍ଗା ଇଟା ଓ ପଥରକୁ ଜବତ କରିଛି। ମହମ୍ମଦ ତାହିରଙ୍କ ଘରର ଛାତ ଉପରୁ ପୁଲିସ ଏସବୁ ଆପତ୍ତିଜନକ ଜିନିଷ ଜବତ କରୁଥିବା ବେଳର ଭିଡିଓ ଚିତ୍ର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଆରମ୍ଭ କରିଛି। ତେବେ, ଆପ୍‌ର ବରିଷ୍ଠ ନେତାମାନେ ଏଯାବତ୍‌ ଏମାମଲାରେ ନିଜର ମୁହଁ ଖୋଲି ନାହାନ୍ତି।

ସମ୍ବନ୍ଧିତ ଖବର