ସରକାରୀ ପାନେଲ୍‌ଙ୍କ ଆକଳନ: ଜୁଲାଇ ମଧ୍ୟ ଭାଗ ସୁଦ୍ଧା ଦିଲ୍ଲୀରେ ୪୨୦୦୦ କୋଭିଡ୍ ବେଡ୍ ଆବଶ୍ୟକ

ନୂଆଦିଲ୍ଲୀ: ଜୁନ୍ ମାସ ଶେଷ ବେଳକୁ ଦିଲ୍ଲୀରେ ୧୦୦, ୦୦୦ ଲୋକ କରୋନାଭାଇରସ୍ ସଂକ୍ରମିତ ହୋଇଯାଇଥିବେ ଏବଂ ୧୫୦୦୦ କୋଭିଡ୍ ଶଯ୍ୟା ଆବଶ୍ୟକ ପଡ଼ିବ ବୋଲି ଦିଲ୍ଲୀ ସରକାରଙ୍କର ଏକ ବିଶେଷଜ୍ଞ କମିଟି ଆକଳନ କରିଛି। ଡକ୍ଟର ମହେଶ ବର୍ମାଙ୍କ ନେତୃତ୍ବାଧୀନ ଏହି ଏହି ପାଞ୍ଚଜଣିଆ କମିଟି ଦାଖଲ କରିଥିବା ରିପୋର୍ଟରେ କହିଛି ଯେ, ଜୁଲାଇ ମଧ୍ୟ ଭାଗ ଆଡ଼କୁ ଦିଲ୍ଲୀରେ ପ୍ରାୟ ୪୨, ୦୦୦ କୋଭିଡ୍ ଶଯ୍ୟା ଆବଶ୍ୟକ।

ସମ୍ପ୍ରତି କୋଭିଡ୍-୧୯ ରୋଗୀଙ୍କ ପାଇଁ ଦିଲ୍ଲୀରେ ୮, ୬୦୦ରୁ ସାମାନ୍ୟ ଅଧିକ ‌ଶଯ୍ୟା ରହିଛି। ଏଥିରୁ ୪୯%ରେ ରୋଗୀମାନେ ଚିକିତ୍ସାଧୀନ ଅଛନ୍ତି। ଜୁନ୍ ୧୫ ତାରିଖ ସୁଦ୍ଧା ଶଯ୍ୟା ସଂଖ୍ୟା ୯, ୮୦୦କୁ ବୃଦ୍ଧି କରିବାକୁ ସରକାର ପ୍ରକ୍ରିୟା‌ ଚଳାଇଛନ୍ତି।

Image Courtesy of Hindustan Times

ଡାକ୍ତର ବର୍ମା କହିଛନ୍ତି, ଏହି ଶଯ୍ୟା ମଧ୍ୟରୁ ଅଧିକାଂଶରେ ଲେବଲ୍ ୩ କିଂବା ୪ ରହିବା ଆବଶ୍ୟକ। ଲେବଲ୍ ୩ କିଂବା ୪ ଅର୍ଥ ସେଥିରେ ହାଇ-ଫ୍ଲୋ ଅକ୍ସିଜେନ୍ ବା ଭେଣ୍ଟିଲେଟର୍ ରହିବା ଆବଶ୍ୟକ। କମିଟି ଆକଳନ କରିଛି ଯେ ଚିକିତ୍ସାଧୀନ ରୋଗୀମାନଙ୍କ ମଧ୍ୟରୁ ୨୦% ଭେଣ୍ଟିଲେଟର୍ ଆବଶ୍ୟକ କରିପାରନ୍ତି।

ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ କି, ଶନିବାର ସୁଦ୍ଧା ଦିଲ୍ଲୀ ସମୁଦାୟ ୨୭, ୬୫୪ କରୋନାଭାଇରସ୍ ଦ୍ବାରା ଆକ୍ରାନ୍ତଙ୍କ ମଧ୍ୟରୁ ୧୬, ୨୨୯ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ସମୁଦାୟ ୪, ୨୨୫ଜଣ ଆକ୍ରାନ୍ତ ବ୍ୟକ୍ତି ସହରର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧିତ ଖବର