ଦିଲ୍ଲୀରେ କୋଭିଡ୍-୧୯ ସଂକ୍ରମଣ ବଢୁଥିବାରୁ ଲକ୍‌ଡାଉନ୍ କଟକଣା କୋହଳ ହେବନାହିଁ: କେଜ୍ରିୱାଲ୍

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ କରୋନାଭାଇରସ୍‌ଜନିତ ସାମ୍ପ୍ରତିକ ପରିସ୍ଥିତି କଥାରେ ରବିବାର ଦିନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଏକ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ।

ସେ କହିଲେ ଯେ ଜାତୀୟ ରାଜଧାନୀରେ କରୋନାଭାଇରସ୍ ସଂକ୍ରମଣ ଦ୍ରୁତ ବେଗରେ ବଢୁଛି। କଣ୍ଟେନ୍‌ମେଣ୍ଟ୍‌ ଜୋନ୍ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି।

ଲକ୍‌ଡାଉନ୍‌ କଟକଣା କୋହଳ ହେବ ନାହିଁ ବୋଲି ଜାତୀୟ ରାଜଧାନୀର ବର୍ତ୍ତମାନର ପରିସ୍ଥିତିକୁ ବିଚାର କରି ପ୍ରଶାସନ ନିଷ୍ପତ୍ତି ଗ୍ରହଣ କରିଥିବା କଥା ସେ କହିଛନ୍ତି। ପୁଣି ସପ୍ତାହେ ପରେ ପରିସ୍ଥିତିର ସମୀକ୍ଷା କରାଯିବ। ସମ୍ପ୍ରତି ଦିଲ୍ଲୀରେ ପ୍ରାୟ ୭୭ଟି କୋଭିଡ୍ -୧୯ କଣ୍ଟେନ୍‌ମେଣ୍ଟ୍‌ ଜୋନ୍ ଥିବା କଥା ସେ କହିଛନ୍ତି।

Image Source: Business Today

ସେ କହିଲେ ଗତକାଲି ଆମେ ୭୩୬ଟି କୋଭିଡ୍-୧୯ ପରୀକ୍ଷଣ ରିପୋର୍ଟ ପାଇଥିଲୁ ଏବଂ ସେଥିରୁ ୧୮୬ଟି ପରୀକ୍ଷା କରୋନାଭାଇରସ୍ ପଜିଟିଭ୍ ବାହାରିଛି। ଏହି ବୃଦ୍ଧିହାର ୨୫%। ଏହି ୧୮୬ଜଣ ପଜିଟିଭ୍‌ଙ୍କ ଠାରେ କରୋନାଭାଇରସ୍ ସଂକ୍ରମଣର କୌଣସି ଲକ୍ଷଣ ନ ଥିଲା। ଆମେ ଜାଣୁନା କେତେ ଲକ୍ଷଣ ନ ଥାଇ କେତେ ସଂକ୍ରମିତ ଲୋକ ଅନ୍ୟମାନଙ୍କ ଠାରେ ଭୂତାଣୁ ସଂକ୍ରମଣ କରାଇ ଚାଲିଛନ୍ତି।

ଶେଷରେ ସେ କହିଲେ ଯେ ଜାତୀୟ ରାଜଧାନୀରେ କରୋନାଭାଇରସ୍ ସଂକ୍ରମଣ ବ୍ୟାପୀ ଚାଲିଥିଲେ ବି ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି।

 

ସମ୍ବନ୍ଧିତ ଖବର