ବିବାହ ପ୍ରସ୍ତାବ ଅଗ୍ରାହ୍ୟ କରିବାକୁ ଝିଅ ସାମ୍ନାରେ ନିଜ ଠାରୁ ୧୮ ବର୍ଷ ବଡ଼ ମହିଳାଙ୍କୁ ହତ୍ୟା କଲେ ଯୁବକ

ନୂଆଦିଲ୍ଲୀ: ନିଜ ଠାରୁ ୧୮ ବର୍ଷ ବଡ଼ ଜଣେ ମହିଳା ବିବାହ ପ୍ରସ୍ତାବ ଅଗ୍ରାହ୍ୟ କରିବାରୁ ଜଣେ ବ୍ୟକ୍ତି ତାଙ୍କୁ ହତ୍ୟା କରିଥିବା କଥା ଗୁରୁବାର ଦିନ ପୁଲିସ କହିଛି।

ବିହାରର ମଧୁବନୀ ଜିଲ୍ଲା ଅନ୍ତର୍ଗତ ପାଂଶଓ୍ଵାଲା ବାସିନ୍ଦା ଶ୍ୟାମ ଯାଦବ ନାମକ ଉକ୍ତ ଯୁବକ ୪୫ ବର୍ଷୀୟ ମାଧୁରୀଙ୍କୁ ବାହା ହେବାକୁ ଚାହୁଁଥିଲେ। ଯାଦବ କହିଛନ୍ତି କି, ଉଭୟ ଏକ ଜୋତା କାରଖାନାରେ କାମ କରୁଥିବା ବେଳେ ସେ ଉକ୍ତ ମହିଳାଙ୍କ ପ୍ରେମରେ ପଡ଼ି ଯାଇଥିଲେ। ମହିଳାଜଣକ ବିବାହିତା ହୋଇଥିବାରୁ ଏ ପ୍ରସ୍ତାବରେ ଆଗ୍ରହୀ ହେଲେ ନାହିଁ।

ତାଙ୍କ ପ୍ରତି ଯାଦବଙ୍କର ହତାଶ ଅନୁମାନ କରି ମାଧୁରୀ ଚାକିରି ଛାଡ଼ି ଦେଲେ। ତଥାପି ଯାଦବଙ୍କ ଦାଉରୁ ତାଙ୍କୁ ନିସ୍ତାର ମିଳି ନ ଥିଲା। ଶେଷରେ ବୁଧବାର ଦିନ ଯାଦବ ତାଙ୍କୁ ଛୁରି ଭୁସି ହତ୍ୟା କରିଥିଲେ।

ଜଣେ ମହିଳାଙ୍କୁ ଛୁରାଘାତ ହୋଇଥିବା କଥା ନାଙ୍ଗୋଲି ଥାନାକୁ ଖବର ଆସିବା ପରେ ପୁଲିସ ଘଟନାସ୍ଥଳକୁ ଯାଇଥିଲେ। ଉକ୍ତ ମହିଳାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାକୁ ନିଆଗଲା, କିନ୍ତୁ ତାଙ୍କୁ ମୃତାବସ୍ଥାରେ ଅଣାଯାଇଥିବା କଥା ଡାକ୍ତରମାନେ ଘୋଷଣା କରିଥିଲେ।

ଶ୍ୟାମ ନାମକ ଜଣେ ବ୍ୟକ୍ତି ମାଆକୁ ତା’ ସାମ୍ନାରେ ହତ୍ୟା କରିଥିବା କଥା ମାଧୁରୀଙ୍କ ଝିଅ ପୁଲିସକୁ କହିଛି। ତା’ର ବୟାନ ଆଧାରରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ନାଙ୍ଗୋଲି ଅନ୍ତର୍ଗତ ଶିବ ବକ୍ସ୍‍ ପାର୍କକୁ ଅଭିଯୁକ୍ତ ଆସିବ ବୋଲି ସୂଚନା ପାଇବା ପରେ ପୁଲିସ ସେଠାରୁ ତାଙ୍କୁ ଗିରଫ କରିଥିଲା। ତାଙ୍କ ଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରିଟି ମଧ୍ୟ ଜବତ ହୋଇଛି।

ମାଧୁରୀଙ୍କୁ ହତ୍ୟା କରିବା ପରେ ଯୁବକଜଣକ ଦିଲ୍ଲୀ ଛାଡ଼ି ପଳାଇ ଯିବାକୁ ଯୋଜନା କରୁଥିବା କଥା ପୁଲିସ କହିଛି।

ସମ୍ବନ୍ଧିତ ଖବର