ମଡେଲଙ୍କ ଭୁଲ କେଶ କାଟିଲେ କର୍ମଚାରୀ, ସେଲୁନକୁ ୨କୋଟି ଟଙ୍କାର ଜରିମାନା

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଉପଭୋକ୍ତା ବିବାଦ ନିବାରଣ ଆୟୋଗ ପକ୍ଷରୁ ଦିଲ୍ଲୀର ଗୋଟେ ସେଲୁନକୁ ଜଣେ ମହିଳାଙ୍କୁ ୨ କୋଟି ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦିଆ ଯାଇଛି । ଏହି ସେଲୁନ୍ ମହିଳା ମଡେଲଙ୍କ ହେୟାର ଷ୍ଟାଇଲ୍ ଖରାପ କରିବା ସହ ହେୟାର ଟ୍ରିଟମେଣ୍ଟ ମଧ୍ୟ ଭୁଲ୍ ଉପାୟରେ କରିଥିବା ନେଇ ଏହି ଜରିମାନା ହୋଇଛି।

ପ୍ରକାଶିତ ରିପୋର୍ଟ ମୁତାବକ, ମଡେଲ ଆଶନା ରାୟ ୨୦୧୮ରେ ଦିଲ୍ଲୀର ଏକ ହୋଟଲ ସ୍ଥିତ ସେଲୁନକୁ ହେୟାର ଟ୍ରିଟମେଣ୍ଟ ପାଇଁ ଯାଇଥିଲେ। ମଡେଲ ଆଶନା ରାୟ ‘ହେୟାର ପ୍ରଡକ୍ଟର’ ମଡେଲ ଥିବା ସହିତ ସେ ଅନେକ ବଡ଼ବଡ଼ ହେୟାର କେୟାର ବ୍ରାଣ୍ଡ ପାଇଁ ମେଡଲିଂ  ବି କରିଛନ୍ତି।

सांकेतिक फ़ोटो

ସେଠାରେ ସେଲୁନରେ ଥିବା କର୍ମଚାରୀ ତାଙ୍କ କେଶ ଭୁଲ ଢଙ୍ଗରେ କାଟିବା ସହିତ ଖରାପ ଟ୍ରିଟମେଣ୍ଟ ଦେଇଥିବା ହେତୁ ତାଙ୍କୁ  ଅନେକ କ୍ଷତି ସହିବାକୁ ପଡ଼ିଥିଲା। ଏଥିସହିତ ତାଙ୍କର ଟପ ମଡେଲ ହେବାର ସ୍ବପ୍ନ ଭାଙ୍ଗି ବି ଯାଇଥିଲା।

ଏହି ଘଟଣା ସମ୍ପର୍କ‌ରେ ଆଶନା ରାୟ ଯେତେବେଳେ ସେଲୁନ ପରିଚାଳକଙ୍କୁ ଅଭିଯୋଗ କରିଥିଲେ ସେ ବିନା ମୂଲ୍ୟରେ ହେୟାର ଟ୍ରିଟମେଣ୍ଟ ଦେବେ ବୋଲି କହିଥିଲେ। ଏହି ଟ୍ରିଟମେଣ୍ଟ ଦେବା ଫଳରେ ତାଙ୍କ ମୁଣ୍ଡରେ ଆଲର୍ଜି ହେବା ସହିତ କେଶରେ ଅନେକ ସମସ୍ୟା ଦେଖା ଦେଇଥିଲା।

ଏହାପରେ ସେ ଜାତୀୟ ଉପଭୋକ୍ତା ବିବାଦର ନିବାରଣ ଆୟୋଗରେ ପହଞ୍ଚି ତିନି କୋଟି ଟଙ୍କା କ୍ଷତିପୂରଣ ପାଇଁ ଦାବି କରିଥିଲେ। ଉକ୍ତ ମାମଲାରେ ଅଭିଯୋଗକାରୀଙ୍କୁ ଦୁଇ କୋଟି ଟଙ୍କା କ୍ଷତିପୂରଣ ଦିଆଯିବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ଆଠ ସପ୍ତାହ (ଦୁଇ ମାସ) ମଧ୍ୟରେ ଅଭିଯୋଗକାରୀଙ୍କୁ ଏହି କ୍ଷତିପୂରଣ ରାଶି ଦିଆଯିବ ବୋଲି ନିର୍ଦ୍ଦେଶ ହୋଇଛି।

ସମ୍ବନ୍ଧିତ ଖବର