ନୂଆଦିଲ୍ଲୀ: ଗୁପ୍ତ ଫଟୋ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‌ କରିଦେବେ ବୋଲି ଧକମ ଦେଇ ଜଣେ ଯୁବକ ତାଙ୍କର ଜଣେ ୧୯ ବର୍ଷୀୟ ପୁରୁଣା ପ୍ରେମିକାଙ୍କଠାରୁ ଟଙ୍କା ମାଗିଥିବା କଥା ପୁଲିସ କହିଛି।

Advertisment

ଧରିବା ପରେ ସେ ଯୁବକଙ୍କୁ ଜେରା କରି ପୁଲିସ ଜାଣିବାକୁ ପାଇଲା ଯେ, ଏବେ ସେ ‘ଜିମ୍‌’ ଯାଉଛନ୍ତି। ସେଥିପାଇଁ ବିଦେଶୀ ‘ପ୍ରୋଟିନ୍‌ ପାଉଡର୍‌’ ଓ ଅନ୍ୟାନ୍ୟ ‘ଫୁଡ୍‌ ସପ୍ଲିମେଣ୍ଟ୍‌’ ଲାଗି ତାଙ୍କର ଟଙ୍କା ଆବଶ୍ୟକ ହେବାରୁ ସେ ଏଭଳି କରିଛନ୍ତି।

ଧମକ ଦେଇ ପୀଡ଼ିତା ଓ ତା’ର ବାପାଙ୍କଠାରୁ ଅର୍ଥ ଆଦାୟ କରିବାକୁ ଉଦ୍ୟମ କରାଯାଇଥିବା ଏହି ମାମଲାରେ ଦିଲ୍ଲୀ ପୁଲିସ ୨ଜଣଙ୍କୁ ଗିରଫ କରିଛି। ପୁଲିସ କହିଛି, ଅଭିଯୁକ୍ତଙ୍କ ମଧ୍ୟରେ ଜଣଙ୍କର ପୀଡ଼ିତାଙ୍କ ସହିତ ସମ୍ପର୍କ ଥିଲା କିନ୍ତୁ, ପରେ ସେ ସମ୍ପର୍କ ତୁଟି (ବ୍ରେକ୍‌-ଅପ୍‌) ଯାଇଥିଲା। ୧୯ ବର୍ଷୀୟ ପୀଡ଼ିତାଙ୍କୁ ଧମକ ଦେବା ଲାଗି ସେ ବେନାମି ସୋସିଆଲ୍‌ ମିଡିଆ ଆକାଉଣ୍ଟ୍‌ ଖୋଲିଥିଲେ।

publive-image Image Courtesy of Times Now

ଧମକ ପାଇବା ପରେ ପୀଡ଼ିତା ‘ନ୍ୟାସ୍‌ନାଲ୍‌ ସାଇବର୍‌କ୍ରାଇମ୍ ରିପୋର୍ଟିଙ୍ଗ୍‌ ପୋର୍ଟାଲ୍‌’ରେ ଅଭିଯୋଗ କରିଥିଲେ। ତାଙ୍କ ବାପାଙ୍କ ନିକଟକୁ ବି ସେମିତିକା ଧମକ ଆସିଥିବା କଥା ଅଭିଯୋଗରେ ସେ କହିଥିଲେ ବୋଲି ଉତ୍ତର ପ୍ରାନ୍ତ ଡେପୁଟି କମିସନର୍‌ ମନୋଜ କୁମାର ମୀନା କହିଛନ୍ତି।

ଅଭିଯୋଗ ଆଧାରରେ ‘ଏଫ୍‌ଆଇଆର୍‌’ ପଞ୍ଜିକରଣ କରି ପୁଲିସ ତଦନ୍ତ ଚଳାଇଲା। ଜାଲ୍‌ ‘ଆଇଡି’ ଅଶୋକ ବିହାର ଅଞ୍ଚଳରେ କରାଯାଇଥିବା କଥା ଜଣାପଡ଼ିଲା। ଅଧିକ ଅନୁସନ୍ଧାନ କରି ଡିସେମ୍ବର ୬ ତାରିଖ ଦିନ ପୁଲିସ ୨୨ ବର୍ଷିୟ ଗୋବିନ୍ଦ ନାମରେ ଜଣେ ଯୁବକଙ୍କୁ ଗିରଫ କଲା। ତା’ପରେ ଗୋବିନ୍ଦ ଏହି ମାମଲାରେ ଆଂଶ୍‌ ଶର୍ମା ନାମରେ ଆଉ ଜଣେ ସମ୍ପୃକ୍ତ ଥିବା କଥା କହିବାରୁ ତାଙ୍କୁ ମଧ୍ୟ ସେଦିନ ଗିରଫ କରାଗଲା।

ଜେରା ପରେ ଜଣାପଡ଼ିଲା ଯେ, ଅଭିଯୋଗକାରିଣୀ ୬ଷ୍ଠ ଶ୍ରେଣୀରେ ପଢୁଥିବା ବେଳେ ଶର୍ମାଙ୍କ ସହିତ ତା’ର ପରିଚୟ ହୋଇଥିଲା। ୨୦୨୦ରେ ଦୁହେଁ ଦୁହିଁଙ୍କ ସହିତ ସାମାଜିକ ଗଣମାଧ୍ୟମରେ ସମ୍ପର୍କ ରଖିଥିଲେ। ଦୁହେଁ  ‘ଅନ୍‌ଲାଇନ୍‌ ରୋମାଣ୍ଟିକ୍‌ ରିଲେସନ୍‌ସିପ୍’ରେ ପଡ଼ି ପରସ୍ପରର ‘ଇନ୍‌ଷ୍ଟାଗ୍ରାମ୍‌’ ‘ପାସ୍‌ୱାର୍ଡ’ ଦିଆନିଆ ହୋଇଥିଲେ। ତା’ପରେ ଦୁହିଁଙ୍କର ‘ବ୍ରେକ୍‌-ଅପ୍‌’ ହୋଇଯାଇଥିଲା। ସେହି ସମୟରେ ଶର୍ମା ପୀଡ଼ିତାଙ୍କର କିଛି ଗୁପ୍ତ ଫଟୋ ଡାଉନ୍‌ଲୋଡ୍‌ କରି ପକାଇ ଗୋବିନ୍ଦଙ୍କ ପାଖକୁ ପଠାଇ ଦେଇଥିଲେ।

ପରେ ଶର୍ମା ସାମାଜିକ ଗଣମାଧ୍ୟମରେ ବେନାମି ଆକାଉଣ୍ଟ୍‌ ଖୋଲି ପୀଡ଼ିତାଙ୍କୁ ‘ବ୍ଲାକ୍‌ମେଲ୍‌’ କରି ଅର୍ଥ ଦାବି କରିଥିଲେ।