ବିମାନ ଯାତ୍ରା ପାଇଁ ହଟିବେ ହନୁମାନ !

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ସୋମବାର ଦିଲ୍ଲୀର କରୋଲ ବାଗରେ ଥିବା ୧୦୮ଫୁଟ ଉଚ୍ଚ ପ୍ରଭୁ ହନୁମାନଙ୍କ ପ୍ରତିମାକୁ ବିମାନମାର୍ଗରୁ ହଟାଇବା ଉପରେ ବିଚାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ନୂଆଦିଲ୍ଲୀର କରୋଲ ବାଗ ଅଞ୍ଚଳରେ ବିଭିନ୍ନ ବେଆଇନ ର୍ନିମାଣ ଓ ବେଆଇନ୍‌ ଜମି ହଡ଼ପ ହଟାଇବା ପାଇଁ  ଜନସ୍ବାର୍ଥ ମାମଲା ଏକ ଏନଜିଓ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ କରାଯାଇ ଥିଲା । ଏହି ଆବେଦନର ଶୁଣାଣି କରିବାକୁ ଯାଇ କୋର୍ଟ କରୋଲ ବାଗରେ ଥିବା ୧୦୮ଫୁଟ ଉଚ୍ଚ ପ୍ରଭୁ ହନୁମାନଙ୍କ ପ୍ରତିମାକୁ ବିମାନମାର୍ଗରୁ ହଟାଇବା ଉପରେ ବିଚାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କାର୍ଯ୍ୟନିର୍ବାହୀ ମୁଖ୍ୟ ବିଚାରପତି ଗୀତା ମିତଲ ଓ ଜଷ୍ଟିସ ସି.ହରିଶଙ୍କରଙ୍କ ଖଣ୍ଡପୀଠରେ ସମସ୍ତ ସୁଉଚ୍ଚ ନିର୍ମାଣ ସମ୍ପୂର୍ଣ୍ଣ ଭାବେ ସ୍ଥାନାନ୍ତର କରାଯିବା ନେଇ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନିଲ ବୈଜଲଙ୍କ ସହ ଆଲୋଚନା କରିଛନ୍ତି।

ଏହି ଖଣ୍ଡପୀଠ କରୋଲ ବାଗର ଏସ୍‌ଏଚଓ, କେନ୍ଦ୍ରୀୟ ଡିସିପି ଓ ପିଡବ୍ଲୁଡିର ମୁଖ୍ୟ ଇଞ୍ଜିନିୟରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କି, ସେମାନେ ଏଭଳି ପ୍ରତିମା ଓ ସେହି ଲୋକମାନଙ୍କ ତାଲିକା ଖୁବ୍‌ ଶୀଘ୍ର ପ୍ରସ୍ତୁତ କରନ୍ତୁ ଯେଉଁମାନେ ବେଆଇନ୍‌ ନିର୍ମାଣ ଓ ଜମି ହଡ଼ପ କରିଛନ୍ତି। ମାମଲାର ଆଗାମୀ ଶୁଣାଣି ନଭେମ୍ବର ୨୪ ତାରିଖରେ ହେବ।

ସମ୍ବନ୍ଧିତ ଖବର