ନୂଆଦିଲ୍ଲୀ: ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗୁରୁବାର କହିଛନ୍ତି ଯେ, ଜୁଲାଇ ଶେଷ ସୁଦ୍ଧା ରାଜଧାନୀରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୫.୫ ଲକ୍ଷ ଛୁଇଁବ, ଏ ଆକଳନ କେନ୍ଦ୍ର ସରକାରଙ୍କ ପାଖରୁ ଆସିଥିଲା । ମୁଁ କେବଳ ଲୋକଙ୍କୁ ସଚେତନ କରିବା ପାଇଁ ଏହାକୁ ଜନସାଧାରଣଙ୍କୁ ଜଣାଇଥିଲି। ଏ ଆକଳନ ମୋର ନଥିଲା ବୋଲି ସ୍ପଷ୍ଟ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । କିଛି ଦିନ ତଳେ ଏକ ସାକ୍ଷାତକାରରେ ଯୋଗ ଦେଇ ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ ଯେ, ଜୁଲାଇ ଶେଷ ସୁଦ୍ଧା ରାଜଧାନୀରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୫.୫ ଲକ୍ଷ ଛୁଇଁବ ବୋଲି କହି ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଦିଲ୍ଲୀବାସୀଙ୍କ ମନରେ ଭୟ ସୃଷ୍ଟି କରିଛନ୍ତି । ଆଜି ଏହାର ଜବାବ ରଖି, ସେ ଏହାର ଆକଳନ କରିନଥିବା କହିଛନ୍ତିଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ।
The Indian Expressତାଙ୍କ କହିବା ମୁତାବକ, ଆସନ୍ତାକାଲି କ'ଣ ହେବ ତାହା କେହି ପୂର୍ବାନୁମାନ କରିପାରିବେ ନାହିଁ । କିନ୍ତୁ ଭାରତ ସରକାରଙ୍କ ପୋର୍ଟାଲରେ ସେୟାର କରାଯାଉଥିବା ତଥ୍ୟ ଦେଖି ମୁଁ ଜୁନ ୮ରେ ଏହି ତଥ୍ୟକୁ ସେୟାର କରିଥିଲି। ଏହି ତଥ୍ୟ ଜନସାଧାରଣଙ୍କ ସହ ବାଣ୍ଟିବା ଜରୁରୀ କାରଣ ଜନସାଧାରଣ ମଧ୍ୟ ସଜାଗ ରହିବା ଆବଶ୍ୟକ ବୋଲି ଭାବି ମୁଁ ଏଭଳି କରିଥିଲି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/t-13.jpg)