ନୂଆଦିଲ୍ଲୀ: ଦିଲ୍ଲୀ ମହାନଗରୀରେ ରବିବାର ପ୍ରଦୂଷଣ ସ୍ତର ‘ସାଙ୍ଘାତିକ’ରୁ ‘ଅତି ଖରାପ’ ସ୍ତରକୁ ଉନ୍ନୀତ ହୋଇଛି। ଏହାର ବାୟୁମାନ ସୂଚକାଙ୍କ (ଏକ୍ୟୁଆଇ) ୩୮୬ରେ ପହଞ୍ଚିଛି ବୋଲି ଏସ୍ଏଏଫ୍ଏଆର୍ ପକ୍ଷରୁ ଜଣାପଡ଼ିଛି। ଫରିଦାବାଦ, ଗାଜିଆବାଦ, ଗୁରଗାଓଁ ଓ ନଏଡ଼ାର ଏକ୍ୟୁଆଇ ଯଥାକ୍ରମେ ୩୧୨, ୩୬୮, ୩୦୧ ଓ ୩୫୭ ଅଛି। ଦିଲ୍ଲୀର ହାରାହାରି ବାୟୁମାନ ସୂଚକାଙ୍କ ଆଜି ସକାଳ ୯ଟା ୦୫ ସୁଦ୍ଧା ୩୩୮ ରହିଥିବା ବେଳେ ଲୋଧିରୋଡ୍, ପୁସା ରୋଡ୍, ଚାନ୍ଦିନୀଚୌକ ଓ ଦିଲ୍ଲୀ ବିମାନବନ୍ଦରରେ ଏକ୍ୟୁଆଇ ଯଥାକ୍ରମେ ୨୯୫, ୩୧୩, ୩୫୨ ଓ ୩୨୧ ଅଛି ବୋଲି ସମୀର ଆପ୍ରୁ ଜଣାପଡ଼ିଛି। ଏହି ଆପ୍ଟିକୁ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବ୍ୟୁରୋ ଦ୍ବାରା ତିଆରି କରାଯାଇଛି।
ଗୁରୁଗ୍ରାମ: ଗୁରୁଗ୍ରାମ, ଫରିଦାବାଦ ସମେତ ହରିୟାଣର ବିଭିନ୍ନ ଜିଲ୍ଲାରେ ପ୍ରଦୂଷଣ ସାଂଘାତିକ ରୂପ ନେଇଛି। ପ୍ରଦୂଷଣଜନିତ ସଙ୍କଟ ବଢ଼ିବା ସହ ଲୋକେ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ଏଭଳି ସ୍ଥିତିରେ ସରକାର ଜରୁରୀ ପଦକ୍ଷେପ ନେଇ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି। ଏହା ସହିତ ନିର୍ମାଣ କାର୍ଯ୍ୟ ଉପରେ ମଧ୍ୟ ରୋକ ଲଗାଯାଇଛି। ନଡ଼ାପାଳ ଜାଳିବା ଉପରେ କଡ଼ା କଟକଣା ଲଗାଯିବା ସହ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଚେତାବନୀ ଦିଆଯାଇଛି। ସରକାରଙ୍କ ବ୍ୟପକ ପ୍ରୟାସ ସତ୍ତ୍ବେ ପଂଜାବ ଓ ହରିୟାଣାର ଚାଷୀମାନେ ନଡ଼ା ଜାଳିବା ଯୋଗୁଁ ବାୟୁ ପ୍ରଦୂଷଣ ସ୍ଥିତି ଜଟିଳ ହେଉଛି। ଧୂଆଁ ମିଶ୍ରିତ କୁହୁଡ଼ି ଯୋଗୁଁ ଦୃଶ୍ୟମାନତା ଯଥେଷ୍ଟ କମିଯାଇଛି ଏବଂ ଦୁର୍ଘଟଣା ମଧ୍ୟ ବଢ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/air-pollution.jpg)