ନୂଆଦିଲ୍ଲୀ: ଦିଲ୍ଲୀର ଲାଜପତ ନଗର-୧ବି ବ୍ଲକରେ ପ୍ରାଚୀନ ଗୁମ୍ଫା ଭଳି ଏକ ମନ୍ଦିରରେ ଦେବୀ ଦୁର୍ଗାଙ୍କର ପୂଜା କରାଯାଇଥାଏ। ମନ୍ଦିରଟି ନିଜରର ଅନନ୍ୟ ପରମ୍ପରା ପାଇଁ ଜଣାଶୁଣା। ଏହି ମନ୍ଦିର କେବଳ ପ୍ରତିବର୍ଷ ନବରାତ୍ରି ସମୟରେ ଖୋଲା ରହିଥାଏ।
ଦିଲ୍ଲୀରେ ଅନେକ ଦେବୀ ମନ୍ଦିର ରହିଛି, କିନ୍ତୁ ଲାଜପତ ନଗର-୧ବି ବ୍ଲକର ଏକ ଗୁମ୍ଫାରେ ଲୁଚି ରହିଥିବା ଏହି ପ୍ରାଚୀନ ସ୍ଥାନଟି ଏହାର ଅନନ୍ୟ ପରମ୍ପରା ଏବଂ ରହସ୍ୟମୟ ପରିବେଶ ସହିତ ଏକ ସ୍ୱତନ୍ତ୍ର ପରିଚିତି ହାସଲ କରି ପାରିଛି। ମା’ଙ୍କର ଦର୍ଶନ ସମସ୍ତଙ୍କ ପାଇଁ ସବୁବେଳେ ସହଜରେ ସମ୍ଭବ ହୋଇ ପାରି ନଥାଏ। ମନ୍ଦିର ପ୍ରତିଦିନ ଖୋଲାଯାଏ ନାହିଁ। ମନ୍ଦିରର ଏକ ଗୁପ୍ତ ଦ୍ୱାର,କେବଳ ବିଶେଷ ସମୟରେ ଖୋଲା ଯାଇଥାଏ।
ମନ୍ଦିରର ପୂଜକ ପଣ୍ଡିତ ଅନିଲ ମିଶ୍ରଙ୍କ ଅନୁସାରେ, ନବରାତ୍ରିୟ ସମୟରେ ମନ୍ଦିର ବର୍ଷକୁ କେବଳ ଦୁଇଥର ଖୋଲିଥାଏ । ବାକି ସମୟରେ ଦ୍ୱାର ବନ୍ଦ ରହିଥାଏ। ନବରାତ୍ରି ସମୟରେ ସାଧାରଣ ଲୋକଙ୍କ ପାଇଁ ଦର୍ଶନ ସମୟ ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ଏବଂ ଅପରାହ୍ନ ୪ଟାରୁ ରାତି ୯ଟା ପର୍ଯ୍ୟନ୍ତ ସ୍ଥିର କରାଯାଇଥାଏ।
ସ୍ଥାନୀୟ ଲୋକଙ୍କ ମତରେ, ଏହି ମନ୍ଦିରଟି ପ୍ରସିଦ୍ଧ ସଂଗୀତଜ୍ଞ ଏବଂ ଚଳଚ୍ଚିତ୍ର ନିର୍ମାତା ଗୁଲଶନ କୁମାରଙ୍କ ଦ୍ୱାରା ନିର୍ମିତ ହୋଇଥିଲା ।
ମନ୍ଦିରରେ ପ୍ରବେଶ କଲେ ପର୍ବତ ଭିତରେ ରହିଥିବାର ଅନୁଭବ ହୋଇଥାଏ। ପ୍ରବେଶ ପଥର କିଛି ଅଞ୍ଚଳ ପାଣିରେ ପରିପୂର୍ଣ୍ଣ, ଯାହା ଏହାକୁ ଆହୁରି ସ୍ୱତନ୍ତ୍ର କରିଥାଏ। ମନ୍ଦିରଟି ସାତଟି ପର୍ବତ ପରି ନିର୍ମିତ, ଯାହା ଏହାକୁ ଏକ ଅନନ୍ୟ ଅଭିଜ୍ଞତା କରିଥାଏ। ଭିତରେ ଦେବୀ କାଳୀଙ୍କ ପ୍ରତିମା ଅଛି।
ନବରାତ୍ରି ସମୟରେ ଏଠାରେ ଭିଡ଼ ଜମିଥାଏ। ବିଶ୍ୱାସ ରହିଛି ଯେ, ମାତାଙ୍କ ଦରବାରରେ ନିର୍ମଳ ହୃଦୟରେ କରାଯାଇଥିବା ପ୍ରାର୍ଥନା ସର୍ବଦା ଫଳ ପ୍ରଦାନ କରେ। ଏହି ଗୁମ୍ଫା ମନ୍ଦିର ଦେଖିବା ପାଇଁ ଲୋକମାନେ ଦୂରଦୂରାନ୍ତରୁ ଆସିଥାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/10/01/delhis-mysterious-temple-darshan-facility-available-only-twice-a-year-2025-10-01-14-35-05.jpg)