ଦିଲ୍ଲୀରେ ଚିହ୍ନଟ ଓମିକ୍ରନ୍ ସଂକ୍ରମିତଙ୍କ ପାଖରେ ଦେଖାଯାଉଛି କେଉଁ କେଉଁ ଲକ୍ଷଣ? ଜାଣନ୍ତୁ କ’ଣ କହିଲେ ଡାକ୍ତର

ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଏହାରି ଭିତରେ ଏହି ନୂଆ ଭାରିଆଣ୍ଟ ରାଜଧାନୀ ଦିଲ୍ଲୀରେ ମଧ୍ୟ ପହଞ୍ଚିଯାଇଛି । ରବିବାର ରାଜଧାନୀ ଦିଲ୍ଲୀରୁ ପ୍ରଥମ କରି ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ଯାହାଙ୍କର ଚିକିତ୍ସା ଏଲଏନଜେପି ହସ୍ପିଟାଲରେ ଜାରି ରହିଛି । ଏଲଏନଜେପି ମେଡିକାଲର ନିର୍ଦ୍ଦେଶକ ସୁରେଶ କୁମାରଙ୍କ କହିବା ମୁତାବକ, ଯେଉଁ ବ୍ୟକ୍ତି ଜଣକ ଓମିକ୍ରନରେ ସଂକ୍ରମିତ ହୋଇଛନ୍ତି, ସେ ପ୍ରଥମେ ତାଙ୍କ ଗଳାରେ କଷ୍ଟ ଅନୁଭବ କରିଥିଲେ । ତେବେ ବର୍ତ୍ତମାନ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିବାବେଳେ, ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

Image Courtesy of India Today

ଖାଲି ସେତିକି ନୁହେଁ, ଡାକ୍ତର ସୁରେଶ କୁମାରଙ୍କ ସୂଚନା ମୁତାବକ, ଓମିକ୍ରନ୍ ସଂକ୍ରମିତଜଣକ କରୋନାର ଦୁଇଟି ଯାକ ଟିକା ନେଇସାରିଥିଲେ । ହେଲେ ଏହା ସତ୍ୱେ ମଧ୍ୟ ସେ ଓମିକ୍ରନରେ ସଂକ୍ରମିତ ହୋଇଛନ୍ତି । ତେବେ ରୋଗୀଜଣକ ନିଜ ଶରୀରରେ ଦରଜ ଅନୁଭବ କରିବା ସହ ଦୁର୍ବଳ ଅନୁଭବ କରୁଛନ୍ତି । ହେଲେ ତାଙ୍କର ଅମ୍ଳଜାନ ସ୍ଥରରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନାହିଁ । ଡାକ୍ତରଙ୍କ ସ୍ପେଶାଲ ଟିମ୍ ଓମିକ୍ରନ ସଂକ୍ରମିତଙ୍କ ଉପରେ ୨୪ ଘଣ୍ଟା ନଜର ରଖିଛନ୍ତି । ବିଶେଷକରି ରୋଗୀଜଣଙ୍କର ଅମ୍ଳଜାନ ସ୍ଥରକୁ ଧ୍ୟାନରେ ରଖାଯାଇଛି । ଏଥିପାଇଁ ହସ୍ପିଟାଲ ଭିତରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

 

ସମ୍ବନ୍ଧିତ ଖବର