ଏସ-୪୦୦ ମିସାଇଲ ସିଷ୍ଟମକୁ ନେଇ ଭାରତର ଅପେକ୍ଷା ଖୁବଶୀଘ୍ର ଶେଷ ହେବ

ନୂଆଦିଲ୍ଲୀ: ଏୟାର ଆଣ୍ଡ ସ୍ପେସ ଡିଫେନ୍ସ କନସର୍ନ ଆଲମାଜ-ଏନିର ଜଣେ ଶୀର୍ଷ ଅଧିକାରୀ ଗତ ସୋମବାର କହିଛନ୍ତି, ଋଷ ଏହି ବର୍ଷ ଶେଷ(୨୦୨୧) ବେଳକୁ ପବନରେ ଯୁଦ୍ଧ କରିଲା ଭଳି ମିସାଇଲ ଡିଫେନ୍ସ ସିଷ୍ଟମ ଏସ-୪୦୦ର ଡେଲିଭରି ଆରମ୍ଭ କରିବ।

ଇଣ୍ଟରନାସନାଲ ମିଲିଟ୍ରି-ଟେକ୍ନିକଲ ଫୋରମ ‘ଆର୍ମି-୨୦୨୧’ର ଡେପୁଟି ସିଇଓ ବ୍ୟାଚେସ୍ଲାବ ଡିଜିରକଲନ କହିଛନ୍ତି, ବର୍ତ୍ତମାନ ଭାରତୀୟ ସେନା କର୍ମୀଙ୍କୁ ଏସ-୪୦୦ର ସଞ୍ଚାଳନ ପାଇଁ ପ୍ରଶିକ୍ଷଣ ଦିଆଯିବ। ବର୍ତ୍ତମାନ ସୁଦ୍ଧା ଭାରତୀୟ ସେନା କର୍ମଚାରୀଙ୍କୁ  ଏସ-୪୦୦ ଡିଫେନ୍ସ ସିଷ୍ଟମର ଅପରେଟ କରିବାର ଶୈଳୀ ବୁଝାଇବା ପାଇଁ ପ୍ରଶିକ୍ଷଣ ଦିଆଯାଉଛି। ଇଣ୍ଡିଆନ ସ୍ପେଶାଲିଷ୍ଟର ଫାଷ୍ଟ ଗ୍ରୁପ ପ୍ରଶିକ୍ଷଣ ଶେଷ ହୋଇଛି। ସମ୍ପ୍ରତି ସେକେଣ୍ଡ ଗ୍ରୁପର ପ୍ରଶିକ୍ଷଣ ଚାଲୁଛି।

S-400 मिसाइल सिस्टम को लेकर भारत का इंतजार जल्द होगा खत्म, रूसी कंपनी ने बताया-कब करेंगे डिलीवरी

ଏଥିସହିତ ଡେପୁଟି ସିଇଓ ବ୍ୟାଚେସ୍ଲାବ ଡିଜିରକଲନ କହିଛନ୍ତି, ମୁଁ ଲୋକଙ୍କ ସଂଖ୍ୟା କଥା କହୁ ନାହିଁ। କିନ୍ତୁ ଆମର ସାମଗ୍ରୀକୁ ଉଚିତ ଶୈଳୀରେ ଅପରେଟ କରିବା ପାଇଁ ଭାରତୀୟ ସଶସ୍ତ୍ର ବଳର ସଂଖ୍ୟା ପର୍ଯ୍ୟାପ୍ତ ରହିଛି। ପ୍ରଶିକ୍ଷଣ ପରେ ଇଣ୍ଡିଆନ ସ୍ପେଶାଲିଷ୍ଟର ଫାଷ୍ଟଗ୍ରୁପ ଯେଉଁ ସଫଳତା ଦେଖାଇଛନ୍ତି ତାହା ବହୁତ ପ୍ରଭାବୀ ରହିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୮ ଅକ୍ଟୋବରରେ ଋଷ ରାଷ୍ଟ୍ରପତି ବ୍ଲାଦିମୀର ପୁତିନଙ୍କ ସହିତ ପାଞ୍ଚଟି ଏସ-୪୦୦ ରେଜିମେଣ୍ଟ ପାଇଁ ୫.୪୩ କୋଟି ଡଲାରର ଚୁକ୍ତି କରିଥିଲେ।

ସମ୍ବନ୍ଧିତ ଖବର