ନୂଆଦିଲ୍ଲୀ : ପିସି ବିକ୍ରି ହ୍ରାସ ପାଇବାରୁ ଡେଲ୍‌ ଟେକ୍ନୋଲୋଜି ବିଶ୍ବବ୍ୟାପୀ ୬୫୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି। କଂପାନିର ସହ ସିଓଓ ଜେଫ୍‌ କ୍ଲାର୍କ କହିଛନ୍ତି ଯେ ବର୍ତମାନ ବଜାର ସ୍ଥିତି ଯାହା ରହିଛି ଆଗାମୀ ଦିନରେ ସେଥିରେ ଆହୁରି ଅବନତି ହୋଇ ଏକ ଅନିଶ୍ଚିତ ଭବିଷ୍ୟତ ସୃଷ୍ଟି ହେବାର ଆଶଙ୍କା ରହିଛି। ସେଥିପାଇଁ କଂପାନି ଏହାର ୫% କର୍ମଚାରୀଙ୍କୁ ବିଦା କରିବ।

Advertisment

ଖର୍ଚ୍ଚ କାଟ କରିବା ଲାଗି କଂପାନି ପୂର୍ବରୁ ନୂଆ କର୍ମଚାରୀ ନିଯୁକ୍ତିକୁ ବନ୍ଦ କରିଥିଲା ଏବଂ ଯାତାୟାତ ଖର୍ଚ୍ଚ ଉପରେ କଟକଣା ଲଗାଇଥିଲା। ମାତ୍ର ସେହି ପଦକ୍ଷେପ କଂପାନିର ସ୍ଥିତି ସୁଧାରିବା ପାଇଁ ଯଥେଷ୍ଟ ହୋଇନାହିଁ। କେବଳ ଡେଲ୍‌ ନୁହେଁ ମାନ୍ଦାବସ୍ଥା ଭୟ ଯୋଗୁ ଆମେରିକାର ବହୁ ବଡ଼ ବଡ଼ କଂପାନି ଯଥା ମାଇକ୍ରୋସଫ୍ଟ, ଆମାଜନ, ଗୋଲ୍ଡମ୍ୟାନ୍‌ ସଚ୍‌ସ ଭଳି ସଂସ୍ଥା ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରୁଛନ୍ତି। ଆମେରିକାରେ ଛଟେଇ ସମସ୍ୟା ଦୁଇ ବର୍ଷର ସର୍ବୋଚ୍ଚ ସ୍ତରରୋ ପହଞ୍ଚିଛି।