ମହାରାଷ୍ଟ୍ରରେ ୫ଜଣଙ୍କ ଜୀବନ ନେଲାଣି ଡେଲଟା ପ୍ଲସ୍ ଭାରିଆଣ୍ଟ, ମୋଟ ୬୬ଜଣ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଡେଲଟା ପ୍ଲସ୍ ଭାରିଆଣ୍ଟ ଯୋଗୁଁ ମୋଟ ମୃତ୍ୟୁ ସଂଖ୍ୟା ପାଞ୍ଚକୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ରତ୍ନଗିରିରେ ଦୁଇଟି ଏବଂ ମୁମ୍ବାଇ, ବିଡ୍ ଏବଂ ରାୟଗଡରେ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସମସ୍ତ ମୃତ ବ୍ୟକ୍ତିଙ୍କ ବୟସ ୬୫ବର୍ଷରୁ ଅଧିକ ଥିଲା ଏବଂ ସେମାନଙ୍କର ଅନ୍ୟ ଗମ୍ଭୀର ଶରୀରିକ ସମସ୍ୟା ଥିଲା ବୋଲି ଜଣାପଡ଼ିଛି। ପାଞ୍ଚ ଜଣଙ୍କ ମଧ୍ୟରୁ ଦୁଇଜଣ କରୋନା ଟିକାର ଦୁଇଟି ଡୋଜ ନେଇଥିବା ବେଳେ ଅନ୍ୟ ଦୁଇଜଣ ଗୋଟିଏ ଡୋଜ ନେଇଥିଲେ। ଅନ୍ୟ ଜଣେ ବ୍ୟକ୍ତି ଟିକା ଗ୍ରହଣ କରିଥିଲେ କି ନାହିଁ ତାହାର କୌଣସି ସୂଚନା ନାହିଁ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହିଛି।

indiatoday.in

ମହାରାଷ୍ଟ୍ରରେ ଆଜି ପର୍ଯ୍ୟନ୍ତ ମୋଟ ୬୬ଜଣ ଡେଲଟା ପ୍ଲସ୍ ଭାରିଆଣ୍ଟ ଦ୍ବାର‌ା ଆକ୍ରାନ୍ତ ହୋଇଛନ୍ତି। ଅଗଷ୍ଟ ୮ ରେ, ଏହି ସଂଖ୍ୟା ୪୫ ଥିଲା | ରାଜ୍ୟରୁ ଚିହ୍ନଟ ହୋଇଥିବା ୨୦ ଟି ନୂଆ ମାମଲା ମଧ୍ୟରୁ ୭ଜଣ ମୁମ୍ବାଇରୁ ଏବଂ ୩ଜଣ ପୁଣେରୁ ଥିବା ଜଣାପଡ଼ିଛି। ମହାରାଷ୍ଟ୍ରରେ ଡେଲଟା ପ୍ଲସ୍ ଭାରିଆଣ୍ଟ ଦ୍ବାର‌ା ଆକ୍ରାନ୍ତ ହୋଇଥିବା ୬୬ଜଣଙ୍କ ମଧ୍ୟରୁ ୩୨ ଜଣ ପୁରୁଷ ଥିବାବେଳେ ବାକି ମହିଳା ରହିଛନ୍ତି। ସେମାନଙ୍କ ମଧ୍ୟରୁ ୭ଜଣ ରୋଗୀ ୧୮ବର୍ଷରୁ କମ୍ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର