ଡେଲଟା ପ୍ଲସ ଆକ୍ରାନ୍ତଙ୍କଠାରେ ଦିଶୁଛି ଏହି ସବୁ ନୂଆ ଲକ୍ଷଣ

ନୂଆଦିଲ୍ଲୀ: କରୋନାର ନୂଆ ପ୍ରକାର- ଡେଲଟା ପ୍ଲସ ଷ୍ଟ୍ରେନକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । ୪୦ଟି ମାମଲା ସାମ୍ନାକୁ ଆସିବା ପରେ ମହାରାଷ୍ଟ୍ର, କେରଳ, ମଧ୍ୟପ୍ରଦେଶ ଓ ତାମିଲନାଡୁକୁ ହାଇ ଆଲର୍ଟରେ ରଖାଯାଇଛି । ଏବେ ସୁଦ୍ଧା ଦେଶର ୮ଟା ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ଡେଲଟା ପ୍ଲସ ଷ୍ଟ୍ରେନ୍ ଠାବ ହେଲାଣି । ଏହା ଦେଶରେ କରୋନାର ତୃତୀୟ ଲହର ପାଇଁ କାରଣ ପାଲଟିବ ବୋଲି ଆଶଙ୍କା କରାଯାଉଛି । ତେବେ ଏହି ଡେଲଟା ପ୍ଲସ ଭୂତାଣୁରେ ଆକ୍ରାନ୍ତଙ୍କଠାରେ କିଛି ନୂଆ ପ୍ରକାର ଲକ୍ଷଣ ଦେଖାଦେଉଛି । ଲଣ୍ଡନ ସ୍ଥିତ କିଙ୍ଗସ କଲେଜର ଅଧ୍ୟୟନରୁ ଡେଲଟା ପ୍ଲସ ଷ୍ଟ୍ରେନରେ ନିମ୍ନୋକ୍ତ ଲକ୍ଷଣ ରହୁଛି ବୋଲି ଜଣାପଡ଼ିଛି।

– ଡେଲଟା ପ୍ଲସରେ ଆକ୍ରାନ୍ତଙ୍କ ଗ୍ୟାଷ୍ଟ୍ରୋ ଇଂଟେଷ୍ଟିନାଲ ସମସ୍ୟା ଦେଖିବାକୁ ମିଳୁଛି।
– ଆକ୍ରାନ୍ତଙ୍କ ପେଟରେ ପ୍ରବଳ ଯନ୍ତ୍ରଣା ଅନୁଭବ ହେଉଛି।
– ବାନ୍ତି ହେବା ସହ ଭୋକ କମି ଯାଉଛି।
– ଶ୍ରବଣ ଶକ୍ତି କମିବା ସାଙ୍ଗକୁ ଗଣ୍ଠିରେ ଘୋଳାବିନ୍ଧା ହେଉଛି।
– ଏହା ଫୁସଫୁସ କୋଷର ରେସ୍ପିରେଟରକୁ ପ୍ରଭାବିତ କରିପାରେ।
– ମନୋକ୍ଲୋନାଲ ଆଂଟିବଡି ଚିକିତ୍ସାକୁ ମଧ୍ୟ ନିଷ୍କ୍ରିୟ କରିଦେଇ ପାରେ।
– ଅଳ୍ପ ମାତ୍ରାରେ ଭୂତାଣୁ ଦ୍ୱାରା ଜଣେ ଅନ୍ୟ ଜଣକୁ ସଂକ୍ରମିତ କରିପାରିବ।
– ଫଳରେ ଅଳ୍ପ ସମୟରେ ଅଧିକରୁ ଅଧିକ ଲୋକଙ୍କୁ ଆକ୍ରାନ୍ତ କରିବ।

ସମ୍ବନ୍ଧିତ ଖବର