ଡିଏମ୍‌ଏଫ୍‌ରୁ ଆୟକର ଛାଡ଼ ପାଇଁ ଦାବି

ନୂଆଦିଲ୍ଲୀ : ଆଜି ଲୋକସଭାର ଶୂନ୍ୟକାଳରେ ବିଜେଡି ସାଂସଦ ଅନୁଭବ ମହାନ୍ତି ଜିଲ୍ଲା ଖଣିଜ ପାଣ୍ଠି (ଡିଏମଏଫ୍)ରୁ ଆୟକର ଛାଡ଼ କରିବା ପାଇଁ ଦାବି କରିଛନ୍ତି। ସାଂସଦ ଶ୍ରୀ ମହାନ୍ତି କହିଛନ୍ତି ଯେ, ଓଡ଼ିଶାର ସବୁ ଜିଲ୍ଲାର ଡିଏମ୍‌ଏଫ୍ ଗଠନ କରାଯାଇଛି ଏବଂ ଡିଏମଏଫ୍ ଅନ୍ତର୍ଗତ ଖଣି ପ୍ରଭାବିତ ଜିଲ୍ଲା ମାନଙ୍କର ଅନେକ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ସେପ୍ଟେମ୍ବର ୩୦, ୨୦୧୯ ସୁଦ୍ଧା ୮୪୭୪.୪୨ କୋଟି ଟଙ୍କା ଡିଏମଏଫ୍ ଅନ୍ତର୍ଗତ ଆବଣ୍ଟନ କରାଯାଇଥିବା ବେଳେ ଏଥିରୁ ୩୯ କୋଟି ଟଙ୍କା ଆୟକର ବାବଦରେ ଦେବାକୁ ପଡ଼ିଛି। ଆୟକର ଛାଡ଼ କରାଗଲେ ପ୍ରଭାବିତ ଜିଲ୍ଲାମାନଙ୍କରେ ବିକାଶ ସମ୍ପର୍କିତ ଅନେକ କାର୍ଯ୍ୟଗୁଡ଼ିକ ତ୍ବରାନ୍ବିତ କରାଯାଇ ପାରିବ ତଥା ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥାରେ ଉକ୍ତ ଜିଲ୍ଲା ମାନଙ୍କରେ ପ୍ରଗତି ହୋଇପାରିବ ବୋଲି ସେ କହିଥିଲେ। ସେ ଆହୁରି ମଧ୍ୟ ଏନେଇ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଅର୍ଥ ମନ୍ତ୍ରାଳୟକୁ ପତ୍ର ଲେଖ ଡିଏମ୍‌ଏଫ୍‌ରୁ ଆୟକର ଛାଡ଼ କରିବା ପାଇଁ ଅନୁରୋଧ କରିଥିବା ସେ କହିଥିଲେ।

ନିୟମ ୩୭୭ ଅନ୍ତର୍ଗତ ଅନୁଭବ ୨୦୧୧-୧୨ ର ରେଳ ବଜେ‌ଟରେ ଗଞ୍ଜାମ ଜିଲ୍ଲାର ଶୀତଳାପଲ୍ଲୀଠାରେ ଵାଗନ ମ୍ୟାନୁଫାକ୍‌ଚରିଂ ଫ୍ୟାକ୍ଟ୍ରି ପ୍ରତିଷ୍ଠା କରାଯିବାର ଯେଉଁ ଘୋଷଣା କରାଯାଇଥିଲା ତାହା ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ କରାଯାଇ ନଥିବା ସାଂସଦ ଶ୍ରୀ ମହାନ୍ତି ଦୃଷ୍ଟି ଆକର୍ଷଣ କରିଥିଲେ।

ସମ୍ବନ୍ଧିତ ଖବର