କାଠମାଣ୍ଡୁ: ରାଜତନ୍ତ୍ରର ପୁନରୁଦ୍ଧାର ଏବଂ ଦେଶକୁ ହିନ୍ଦୁ ରାଷ୍ଟ୍ର ଘୋଷଣା କରିବା ଦାବି ଦିନକୁ ଦିନ ବଢିବାରେ ଲାଗିଛି। ରବିବାର ଦିନ ନେପାଳରେ ରାଜତନ୍ତ୍ର ସମର୍ଥକ ରାଷ୍ଟ୍ରୀୟ ପ୍ରଜାତନ୍ତ୍ର ପାର୍ଟି (ଆରପିପି)ର ଶହ ଶହ ନେତା ଏବଂ କର୍ମୀ ପୁଣି ଜୋରଦାର ପ୍ରଦର୍ଶନ କରିଛନ୍ତି। ଏହି ସମୟ ମଧ୍ୟରେ, ପ୍ରଦର୍ଶନକାରୀମାନେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଏବଂ ସଂସଦ ଭବନକୁ ଘେରାଉ କରିଥିଲେ ଏବଂ ସରକାର ବିରୋଧୀ ସ୍ଲୋଗାନ ଦେଇ ତୀବ୍ର ପ୍ରତିବାଦ କରିଥିଲେ। ପ୍ରବଳ ପୁଲିସ ଫୋର୍ସ ଉପସ୍ଥିତି ସତ୍ତ୍ୱେ ପ୍ରତିବାଦକାରୀମାନେ ନିଷିଦ୍ଧ ଅଞ୍ଚଳରେ ଏହି ପ୍ରତିବାଦ କରିଥିଲେ।
ପ୍ରାୟ ୧୫୦୦ ପ୍ରଦର୍ଶନକାରୀ ବିଜୁଲିବଜାର-ବାଣେଶ୍ୱର ଅଞ୍ଚଳରେ ଏକତ୍ରିତ ହୋଇ "ଗଣତନ୍ତ୍ର ମୁର୍ଦାବାଦ", "ଆମେ ରାଜତନ୍ତ୍ର ଚାହୁଁ", "ଦୁର୍ନୀତିଗ୍ରସ୍ତ ସରକାର ମୁର୍ଦାବାଦ" ଏବଂ "ନେପାଳକୁ ହିନ୍ଦୁ ରାଷ୍ଟ୍ର ଘୋଷଣା କର" ଭଳି ସ୍ଲୋଗାନ ଦେଇଥିଲେ। ସେମାନଙ୍କ ହାତରେ ଏହି ସ୍ଲୋଗାନ ଲେଖାଥିବା ବ୍ୟାନର ଏବଂ ପୋଷ୍ଟର ମଧ୍ୟ ଥିଲା। ଏହି ପ୍ରତିବାଦର ନେତୃତ୍ୱ ଆରପିପି ସଭାପତି ରାଜେନ୍ଦ୍ର ଲିଙ୍ଗଡେନ, ବରିଷ୍ଠ ନେତା ପଶୁପତି ଶମଶେର ରାଣା ଏବଂ ନେପାଳ ପୋଲିସର ପୂର୍ବତନ ମହାନିରୀକ୍ଷକ ଧ୍ରୁବ ବାହାଦୁର ପ୍ରଧାନଙ୍କ ସମେତ ଅନେକ ନେତା ନେଇଥିଲେ। କାଠମାଣ୍ଡୁର ନୟା ବନେଶ୍ୱର, ବିଜୁଳି ବଜାର, ମାଇତିଘର, ଭଦ୍ରକାଳୀ ଏବଂ ବାଲୁୱାତାର ଅଞ୍ଚଳରେ ବିକ୍ଷୋଭକାରୀମାନେ କର୍ଫ୍ୟୁ ଆଦେଶ ଉଲ୍ଲଂଘନ କରି ନିଷିଦ୍ଧ ଅଞ୍ଚଳରେ ପ୍ରବେଶ କରିବା ପରେ ହଜାର ହଜାର ଦଙ୍ଗା ନିୟନ୍ତ୍ରଣ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/04/20/QW9pgDpm7QoQO788QO5a.jpeg)