ନୂଆଦିଲ୍ଲୀ: ୨୦୨୪ ମସିହା ଜାନୁଆରି ୨୨ ସୋମବାର । ପୌଷ ଶୁକ୍ଳ କୁର୍ମ ଦ୍ୱାଦଶୀର ପବିତ୍ର ତିଥିରେ ଅଯୋଧ୍ୟାରେ ନବନିର୍ମିତ ଭବ୍ୟ-ଦିବ୍ୟ ମନ୍ଦିରରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ବିଗ୍ରହର ପ୍ରାଣପ୍ରତିଷ୍ଠା ହେବ । ଭାରତବର୍ଷର ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହେବାକୁ ଯାଉଥିବା ଏହି ମହାର୍ଘ ମୁହୂର୍ତ୍ତକୁ ଅବିସ୍ମରଣୀୟ କରିବା ପାଇଁ, ଶ୍ରୀରାମଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ବ୍ୟାପକ ଆୟୋଜନ ହୋଇଛି।

Advertisment

ରାମମନ୍ଦିର ଉଦଘାଟନକୁ ନେଇ ବିଭିନ୍ନ ଖବର ସାମ୍ନ‌ାକୁ ଆସୁଥିବା ବେଳେ ଏହାର ମେଡଲକୁ ନେଇ ବି ଚର୍ଚ୍ଚା ଜୋର ଧରିଛି। ସଙ୍ଗମ ନଗରୀ ପ୍ରୟାଗରାଜରେ ଏକଲକ୍ଷ ରାମ ମନ୍ଦିରର ମଡେଲ ପ୍ରସ୍ତୁତ କରାଯାଇଛି।

ରାମ ମନ୍ଦିର ମଡେଲକୁ ଲୋକମାନେ କ୍ରୟ କରି ନିଜ ଘରେ, କାର୍ଯ୍ୟାଳୟରେ ଓ ଅନୁଷ୍ଠାନ ଆଦି ସ୍ଥାନମାନଙ୍କରେ ରଖିବାକୁ ଯୋଜନା କରିଥିବା ବେଳେ କୌଣସି ଜନ୍ମଦିନ କି ବିବାହ ଭୋଜି ଆଦି କାର୍ଯ୍ୟକ୍ରମରେ ଉପହାର ବାବଦକୁ ଏହି ମେଡେଲ ଦେବାକୁ ଲୋକେ ଇଚ୍ଛା ପ୍ରକଟ କରିଛନ୍ତି। ଲୋକଙ୍କ ଅସ୍ଥାର କେନ୍ଦ୍ର ରାମମନ୍ଦିରର ମଡେଲ ଏବେ ଘରେଘରେ ଶୋଭାପାଇବ।

ଏହି ମଡେଲ ଦେଖିବାକୁ ଅବିକଳ ରାମମନ୍ଦିର ଭଳି ରହିଛି। ଏହାର ଅର୍ଡର କ୍ରମାଗତ ଭାବେ ବୃଦ୍ଧି ପାଇବାକୁ ଲାଗିଛି। ରାମମନ୍ଦିରର ମଡେଲ ତିଆରି କରୁଥିବା ଶିଳ୍ପୀମାନେ କହିଛନ୍ତି, ‘ଲୋକଙ୍କୁ ଏହା ଖୁବ ପସନ୍ଦ ଆସୁଛି। ରାମମନ୍ଦିରର ‌ମଡେଲ ପ୍ଲାଏଉଡରେ ନିର୍ମିତ କରାଯାଉଛି। ଏହାର ନିର୍ମାଣ କାର୍ଯ୍ୟ ଏତେ ସ୍ପଷ୍ଟ ଯେ ଯିଏ ଦେଖୁଛନ୍ତି ତାଙ୍କ ମାନ ଲାଖି ଯାଉଛି।

ରାମମନ୍ଦିରର ଉଦଘାଟନ ଜାନୁଆରି ୨୨ ତାରିଖରେ ଥିବା ବେଳେ ଏହାର ମଡେଲକୁ ନେଇ ଏତେ ପରିମାଣରେ ଅର୍ଡର ଆସୁଛି କି ଗ୍ରାହକଙ୍କୁ ଆମେ ଯୋଗାଇ ପାରୁନାହୁଁ।