ବାରଣାସୀ : ଉତ୍ତରପ୍ରଦେଶର ଲକ୍ଷ୍ନୌ, ଗାଜିପୁର ଏବଂ ବହରାଇଚର ନାମ ପରିବର୍ତ୍ତନ କରିବାପାଇଁ ଦାବି ଜୋର ଧରିଛି। ବିଜେପି ସାଂସଦ ସଙ୍ଗମଲାଲ ଗୁପ୍ତା ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌର ନାମ ପରିବର୍ତ୍ତନ କରି ଏହାକୁ ‘ଲଖନପୁର କିମ୍ବା ଲକ୍ଷ୍ମଣପୁର’ କରିବାପାଇଁ ଦାବି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖକୁ ଚିଠି ଲେଖିଥିବା ବେଳେ ଏସବିଏସପି ( ସୁହେଲଦେବ ଭାରତୀୟ ସମାଜ ପାର୍ଟି) ମୁଖ୍ୟ ଓମ୍ ପ୍ରକାଶ ରାଜଭର ଗାଜିପୁର ଏବଂ ବହରାଇଚର ନାମ ପରିବର୍ତ୍ତନ କରି ଯଥାକ୍ରମେ ମହର୍ଷି ବିଶ୍ବାମିତ୍ର ଏବଂ ରାଜା ସୁହେଲଦେବଙ୍କ ନାମରେ ରଖିବାପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିକଟକୁ ଚିଠି ଲେଖିଛନ୍ତି।
ରାଜଭର କହିଛନ୍ତି, ୨୦୧୭ରେ ଯୋଗୀ କ୍ୟାବିନେଟ୍ରେ ଥିବାବେଳେ ମୁଁ ଗାଜିପୁର ଏବଂ ବହରାଇଚ ଜିଲ୍ଲାର ନାମ ପରିବର୍ତ୍ତନ କରିବାପାଇଁ ଦାବି କରିଥିଲି। ଏହି ସମାନ ଦାବି ରଖି ପୁଣିଥରେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଚିଠି ପଠାଇଛି। ରାଜଭର କହିଛନ୍ତି, ଗାଜିପୁର ବିଶ୍ବାମିତ୍ର ନଗର ନାମରେ ନାମିତ ହେବା ଉଚିତ। ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ନାମରେ ଏକ ବିଶାଳ ମନ୍ଦିର ନିର୍ମାଣ ହେଉଛି ଏବଂ ତାଙ୍କ ଗୁରୁ ମହର୍ଷୀ ବିଶ୍ବାମିତ୍ରଙ୍କୁ ସମ୍ମାନ ଜଣାଇବା ପାଇଁ ଏହା ଉଚିତ ସମୟ। ଗାଜିପୁରରେ ମହର୍ଷି ବିଶ୍ବାମିତ୍ରଙ୍କ ଆଶ୍ରମ ଥିବାରୁ ଏହାକୁ ବିଶ୍ବାମିତ୍ର ନଗର ନାମରେ ନାମିତ କରିବାପାଇଁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/fff.jpg)