ଭାରତର ତେଜସ ଲଢୁଆ ବିମାନ ଖରିଦ ପାଇଁ ବିଦେଶୀ ରାଷ୍ଟ୍ରଙ୍କ ଆଗ୍ରହ : ହାଲ୍ ମୁଖ୍ୟ

ବାଙ୍ଗାଲୁରୁ : ଭାରତର ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏଲସିଏ ମାର୍କ୧ଏ ବା ତେଜସ ବିମାନ ଖରିଦ ପାଇଁ ଅନେକ ବିଦେଶୀ ରାଷ୍ଟ୍ର ଆଗ୍ରହ ପ୍ରକାଶ କରିଛନ୍ତ ବୋଲି ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିଃ (ହାଲ୍) ଅଧ୍ୟକ୍ଷ ଆର.ମାଧବନ କହିଛନ୍ତି । ଗଣମାଧ୍ୟମକୁ ସେ କହିଛନ୍ତି ଯେ ପ୍ରଥମ ରପ୍ତାନି ଅର୍ଡର ଆସନ୍ତା ବର୍ଷେ ଦୁଇବର୍ଷ ମଧ୍ୟରେ ଆସିବାର ସମ୍ଭାବନା ରହିଛି ।

କେନ୍ଦ୍ର ସରକାରଙ୍କ ନିରାପତ୍ତା ସମ୍ପର୍କିତ କ୍ୟାବିନେଟ କମିଟି ଗତ ୧୩ ତାରିଖରେ ପ୍ରାୟ ୪୮ ହଜାର କୋଟି ଟଙ୍କା ବିନିମୟରେ ୮୩ଟି ତେଜସ ବିମାନ ଖରିଦ ପ୍ରସ୍ତାବକୁ ମଂଜୁରୀ ଦେଇଥିଲା । ଏହି ୮୩ଟି ବିମାନ ମଧ୍ୟରେ ୭୩ଟି ତେଜସ ଲଢୁଆ ବିମାନ ଓ ୧୦ଟି ତେଜସ ଅଭ୍ୟାସ ବିମାନ ଅନ୍ତର୍ଭୁକ୍ତ ।

ଏସବୁ ବିମାନର ଯୋଗାଣ ୨୦୨୪ ମାର୍ଚ୍ଚରୁ ଆରମ୍ଭ ହେବ । ବାୟୁସେନାକୁ ବର୍ଷକୁ ୧୬ଟି ବିମାନ ଦିଆଯିବ ବୋଲି ସେ କହିଛନ୍ତି ।

ରାଷ୍ଟ୍ରାୟତ୍ତ ଉଦ୍ୟୋଗ ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିଃ (ହାଲ) ପକ୍ଷରୁ ନିର୍ମାଣ କରାଯାଉଥିବା ଲାଇଟ କମ୍ବାଟ୍ ଏୟାରକ୍ରାଫ୍ଟ ବା ତେଜସ ଏକ ୪ର୍ଥ ପିଢିର ଲଢୁଆ ବିମାନ । ଏହା ଏକ ସିଙ୍ଗଲ ଇଂଜିନ ମଲଟିରୋଲ ଲଢୁଆ ବିମାନ । ବିଶ୍ବର ଅନ୍ୟ ଲଢୁଆ ବିମାନ ସହ ଏହା ସମକକ୍ଷ ବୋଲି ହାଲ ଦାବି କରୁଛି । ଏହି ବିମାନ ଚୀନର ଜେଏଫ-୧୭ ଠାରୁ ଉନ୍ନତ ବୋଲି ମାଧବନ କହିଛନ୍ତି ।

 

ସମ୍ବନ୍ଧିତ ଖବର