ଓଲିଙ୍କୁ ନିଜ ଦଳରେ ଘୋର ବିରୋଧ, ପ୍ରଧାନମନ୍ତ୍ରୀ ପଦ ଛାଡ଼ିବାକୁ ଦାବି

ନୂଆଦିଲ୍ଲୀ: ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ବିରୋଧରେ ଏବେ ତାଙ୍କ ନିଜ ଦଳ ମଧ୍ୟରୁ ହିଁ ବିରୋଧର ସ୍ବର ଶାଣିତ ହୋଇଛି। ଶାସକ କମ୍ୟୁନିଷ୍ଟ୍‌ ପାର୍ଟିର ଆଜି ଷ୍ଟାଣ୍ଡିଂ କମିଟି ବୈଠକ ଥିବାବେଳେ ‌ବୈଠକରେ ଓଲିଙ୍କ ଇସ୍ତଫା ପାଇଁ ଦାବି ହୋଇଥିଲା। ‘ଦି ହିମାଲୟ‌ାନଟାଇମ୍ସ ’ ରିପୋର୍ଟରେ ଏହା କୁହାଯାଇଛି ‌‌ଯେ, ଦଳର ଉପାଧ୍ୟକ୍ଷ ପୁଷ୍ପା କମଲ ଦହଲ ଏବଂ ଅନ୍ୟ ବରିଷ୍ଠ ନେତାମାନେ ଓଲିଙ୍କୁ ଇସ୍ତଫା ଦେବାପାଇଁ ଦାବି କରିଥିଲେ। କେପି ଓଲି ସରକାର ବିଭିନ୍ନ ପ୍ରସଙ୍ଗକୁ ମୁକାବିଲା କରିବାରେ ବିଫଳ ହୋଇଛନ୍ତି। ତେବେ ନିଜ ବିଫଳତାରୁ ନଜର ହଟାଇବାପାଇଁ ଓଲି ଇଣ୍ଡିଆ କାର୍ଡ ସମେତ ବିବିଧ କୌଶଳ ବ୍ୟବହାର କରୁଛନ୍ତି ବୋଲି ବରିଷ୍ଠ ନେତାମାନେ କହିଥିଲେ। ଓଲିଙ୍କ ବିରୋଧୀ ଗୋଷ୍ଠୀ ଓଲିଙ୍କୁ ପ୍ରଧାନମନ୍ତ୍ରୀ ପଦ ଛାଡ଼ିବାକୁ ଏବଂ ଦଳର ଉପାଧ୍ୟକ୍ଷ ପଦ ଛାଡ଼ିବାକୁ କହିଛନ୍ତି। ତେବେ ଓଲି ପୁଣିଥରେ ଖସିଯିବା ପାଇଁ ଭାରତ ପ୍ରସଙ୍ଗ ଉଠାଇଥିଲେ। ଭାରତ ସରକାର ନେପାଳ ସରକାରକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି ବୋଲି ଓଲି ଅଭିଯୋଗ କରିଥିଲେ। କିନ୍ତୁ ତାଙ୍କ ନିଜ ଦଳର ନେତାମାନେ ହିଁ ଏହାକୁ ବିରୋଧ କରିଥିଲେ। ଓଲି ନିଜ ବିଫଳତାରୁ ନଜର ହଟାଇବାପାଇଁ ଇଣ୍ଡିଆ କାର୍ଡ ଖେଳୁଛନ୍ତି ବୋଲି ସେମାନେ କହିଥିଲେ।

ସମ୍ବନ୍ଧିତ ଖବର