ପୁଲଓ୍ଵାମା ଆକ୍ରମଣ ଉପରେ ବିବାଦୀୟ ବୟାନ ଦେଇ ଫସିଲେ ନବଜୋତ ସିଂହ ସିଦ୍ଧୁ, ଫିଲ୍ମ ସିଟିରେ ପ୍ରବେଶ ଉପରେ ଲାଗିବ ଅଙ୍କୁଶ !

ମୁମ୍ବାଇ: ଗତ ଫେବ୍ରୁଆରି ୧୪ରେ ପୁଲଓ୍ଵାମାରେ ଘଟିଥିବା ଘଟଣା ପରେ ଆତଙ୍କବାଦୀଙ୍କୁ କଡ଼ା ଜବାବ ଦେବା ପାଇଁ ଲୋକମାନେ ଦାବି କରୁଥିବା ବେଳେ କ୍ରିକେଟର ନବଜୋତ ସିଂହ ସିଦ୍ଧୁ ଏକ ବିବାଦୀୟ ବୟାନ ଦେଇଥିଲେ। ଏହା ତାଙ୍କୁ ଭାରି ପଡ଼ି ଯାଇଛି। ଏହି ବୟାନ ଦେବା ପରେ ସେ ଲୋକମାନଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ଏହି ବୟାନ୍‌ ପାଇଁ ତାଙ୍କୁ ଲୋକପ୍ରିୟ କମେଡି ସୋ’ ‘ଦ କପିଲ ଶର୍ମା’ରୁ ହଟାଇ ଦିଆଯାଇଥିଲା। ଏହାପରେ ସିଦ୍ଧୁଙ୍କୁ ଆଉ ଏକ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ। ଗୁରୁବାର ମୁମ୍ବାଇ ଫିଲ୍ମ ସିଟ୍‌ରେ ତାଙ୍କର ପ୍ରବେଶ ଉପରେ ଅଙ୍କୁଶ ଲାଗିବାର ସମୟ ଆସି ଯାଇଛି ବୋଲି କୁହାଯାଇଛି।

ପୁଲଓ୍ଵାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪୦ଜଣ ଯବାନ ସହିଦ୍‌ ହେବାକୁ ନେଇ ସିଦ୍ଧୁ ଦେଇଥିବା ବିବାଦୀୟ ବୟାନକୁ ଗମ୍ଭୀରତା ସହ ନେଇଛନ୍ତି ଫେଡରେସନ୍‌ ଅଫ୍‌ େଓ୍ଵଷ୍ଟର୍ନ ଇଣ୍ଡିଆ ସିନେଇମ୍ପଲାଇଜ । ଏଫଡବ୍ଲୁଆଇସିଇ ଗୋରେଗ୍ରାମର ଦାଦା ସାହେବ ଫାଲକେ ଫିଲ୍ମ ସିଟିର ପ୍ରବନ୍ଧ ନିର୍ଦ୍ଦେଶକଙ୍କୁ ଏକ ଚିଠି ଲେଖି ଫିଲ୍ମ ସିଟିରେ ସିଦ୍ଧୁଙ୍କ ପ୍ରବେଶ ଉପରେ ଅଙ୍କୁଶ ଲଗାଇବା ପାଇଁ ଦାବି କରିଛନ୍ତି।

ଏହି ପତ୍ରରେ ଉଲ୍ଲେଖ ରହିଛି କି, ଦାଦା ସାହେବ ଫାଲକେ ଫିଲ୍ମ ସିଟିର ଷ୍ଟୁଡିଓରେ ନବଜୋତ ସିଂହ ସିଦ୍ଧୁ ଓ ପାକିସ୍ତାନୀ କଳାକାର ତଥା ଗାୟକଙ୍କ ପ୍ରବେଶକୁ ସମ୍ପୂର୍ଣ୍ଣ ଭାବେ ଅଙ୍କୁଶ ଲଗାଯାଉ। ସେମାନଙ୍କୁ କୌଣସି ସୁଟିଂ ପାଇଁ ଅନୁମତି ନମିଳିବା ଆବଶ୍ୟକ। ଦ ଫେଡରେସନ୍‌ ଅଫ୍‌ େଓ୍ଵଷ୍ଟର୍ନ ଇଣ୍ଡିଆ ସିନେ ଇମ୍ପଲାଇଜରେ ପାଖାପାଖି ୨୯ୟୁନିୟନ୍‌ ସାମିଲ ରହିଛନ୍ତି। ଏଥିରେ ସଦସ୍ୟଙ୍କ ସଂଖ୍ୟା ଲକ୍ଷାଧିକ ପାଖାପାଖି ରହିଛି।

ସମ୍ବନ୍ଧିତ ଖବର