ପରଲୋକରେ ଭୋପାଳ ଗ୍ୟାସ ପୀଡ଼ିତଙ୍କ ପାଇଁ ସ୍ୱର ଉଠାଇଥିବା ଅବଦୁଲ ଜବାର

ଭୋପାଳ:ବହୁଚର୍ଚ୍ଚିତ ଭୋପାଳ ଗ୍ୟାସ ଲିକ ଘଟଣାରେ ପୀଡ଼ିତମାନଙ୍କୁ ନ୍ୟାୟ ଦେବା ଲାଗି ସ୍ୱର ଉଠାଇଥିବା ଅବଦୁଲ ଜବାର ଅବଶେଷରେ ଗତକାଲି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସୂଚନାଯୋଗ୍ୟ ଅବଦୁଲ ଜବାର ଦୀର୍ଘ ଦିନ ଧରି ଶଯ୍ୟାଶାୟୀ ଥିଲେ। ସେ ଭୋପାଳ ଗ୍ୟାସ ପୀଡ଼ିତଙ୍କ କଲ୍ୟାଣ ପାଇଁ କାମ କରିଥିବା ଏନଜିଓର ସଂଯୋଜକ ଥିଲେ ।ସେ ଅସୁସ୍ଥ ଥିବାରୁ ତାଙ୍କୁ ଭୋପାଳର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
ଗତ ବୁଧବାର ଦିନ ମଧ୍ୟପ୍ରଦେଶ ସରକାର ଅବଦୁଲ ଜବାରଙ୍କର ଚିକିତ୍ସା ପାଇଁ ସମସ୍ତ ଖର୍ଚ୍ଚ କରାଯିବ ବୋଲି ଘୋଷଣା କରିଥିଲେ । ଜବରଙ୍କ ଦ୍ୱାରା ଗଠନ କରାଯାଇଥିବା ଏନଜିଓ ପାଖାପାଖି ୩୦ ବର୍ଷ ହେବ ଗ୍ୟାସ ଦୁର୍ଘଟଣାରେ ପୀଡ଼ିତଙ୍କ ପାଇଁ କାମ କରୁଛି । ପୂର୍ବରୁ ଅବଦୁଲ ଜବାରଙ୍କ ପିତାମାତା ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ।

Image result for bhopal gas tragedy
image source-lonely planet

ସୂଚନାଯୋଗ୍ୟ ୧୯୮୪ ଡିସେମ୍ବର ୨ ରାତିରେ ଭୋପାଳର ୟୁନିୟନ କାର୍ବାଇଡ କାରଖାନାରେ ବିଷାକ୍ତ ମିଥାଇଲ ଆଇସୋସାଏନେଟ ଗ୍ୟାସ ନିର୍ଗତ ହୋଇଥିଲା । ଏହି ଗ୍ୟାସ ଯୋଗୁଁ ୩୦୦୦ ଲୋକଙ୍କର ମୃତ୍ୟୁ ଘଟିଥିଲା । ଏହାକୁ ଦେଶର ସବୁଠାରୁ ବଡ଼ ଗ୍ୟାସଜନିତ ଦୁର୍ଘଟଣା ବୋଲି କୁହାଯାଏ।

ସମ୍ବନ୍ଧିତ ଖବର