ଗଣତନ୍ତ୍ର ଶେଷ ହୋଇଯାଇଛି : କେଜ୍ରିଓ୍ବାଲ

ନୂଆଦିଲ୍ଲୀ : ଆମ୍ ଆଦମୀ ପାର୍ଟି (ଆପ୍) ବୁଧବାର ପଞ୍ଜାବର ରାଜ୍ୟପାଳ ବନୱାରିଲାଲ ପୁରୋହିତଙ୍କ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଏକ ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ବିଧାନସଭାର ଏକ ସ୍ବତନ୍ତ୍ର ଅଧିବେଶନ ଡକାଇବାକୁ ଆପ କରିଥିବା ଦାବିକୁ ରାଜ୍ୟପାଳ ଖାରଜ କରିଦେଇଥିବାରୁ ଆପ ତାହାର ବିରୋଧ କରିଛି ।

ଏକ ଟୁଇଟ କରି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ଲେଖିଛନ୍ତି ଯେ “କ୍ୟାବିନେଟ ଦ୍ବାରା ଡକାଯାଇଥିବା ଏକ ବିଧାନସଭା ଅଧିବେଶନକୁ ରାଜ୍ୟପାଳ କିପରି ରଦ୍ଦ କରିପାରିବେ ? ଯଦି ଏପରି ହେଲା, ତେବେ ଗଣତନ୍ତ୍ର ଶେଷ ହୋଇଯାଇଛି । ଦୁଇଦିନ ପୂର୍ବରେ ରାଜ୍ୟପାଳ ଏଥିପାଇଁ ଅନୁମତି ଦେଇଥିଲେ । ଯେତେବେଳେ ଅପରେସନ ପଦ୍ମ କାମ କଲାନାହିଁ ଓ ସଂଖ୍ୟା ଯୋଗାଡ ହେଲା ନାହିଁ, ସେତେବେଳେ ଉପରୁ  ଅନୁମତି ପ୍ରତ୍ୟାହାର ପାଇଁ ଏକ ନିର୍ଦ୍ଦେଶ ଆସିଲା । ଆଜି ଦେଶରେ ଗୋଟିଏ ପଟେ ସମ୍ବିଧାନ ଥିବାବେଳେ ଅନ୍ୟପଟେ ଅପରେସନ ଲୋଟସ ରହିଛି ।“

 

ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ଘୋଷଣା କରିଥିଲେ ଯେ ୨୨ରେ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡକାଯିବ ।

ରାଜ୍ୟପାଳଙ୍କ ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ପ୍ରକାଶ କରି ଆପ୍ ନେତା ରାଘବ ଚଢା କହିଛନ୍ତି, “ରାଜ୍ୟପାଳଙ୍କ ପ୍ରତ୍ୟାହାର ଆଦେଶ ତାଙ୍କ ସଂପର୍କରେ ଏକ ଗୁରୁତର ପ୍ରଶ୍ନ ଚିହ୍ନ ସୃଷ୍ଟି କରିଛି। ବିଧାନସଭାରେ ଆସ୍ଥାଭୋଟର ସମ୍ମୁଖୀନ ହେବାକୁ ସରକାରଙ୍କ ନିଷ୍ପତ୍ତିରେ ରାଜ୍ୟପାଳ କାହିଁକି ଆପତ୍ତି ଉଠାଇବେ ତାହାର କୌଣସି ଯୁକ୍ତିଯୁକ୍ତ କାରଣ ମିଳୁନାହିଁ ।

 

ସମ୍ବନ୍ଧିତ ଖବର